STORYMIRROR

‌Manjula Hota

Inspirational Children

3  

‌Manjula Hota

Inspirational Children

ମାୟା ସଂସାର

ମାୟା ସଂସାର

1 min
419


କାମ କ୍ରୋଧ ଲୋଭ ମୋହ ବଶବର୍ତ୍ତୀ

 ହେ ମାନବ ଥରେ ଶୁଣ, 

ବିଳାସ ବ୍ୟସନେ ମଜି ଭାବୁଅଛ 

 ସବୁଥିରେ ବିଚକ୍ଷଣ।


ମୋର ମୋର କହି ସବୁ ଦ୍ରବ୍ୟ ନେଇ

 ନିଜ ସ୍ଵାର୍ଥେ ଦିଅ ମନ

ଏ ମାୟା ସଂସାର କ୍ଷଣିକ ମାତର 

ନୁହେଁ ସେ ତ ଚିରନ୍ତନ।


ବେଳ ଥାଉ ଥାଉ ହେ ଭାଇ ଭଉଣୀ 

ଯାଅ ଶ୍ରୀ ପଦେ ଶରଣ

ପାରି କରି ଦେବେ

ଭବ ସଂସାରରୁ ମୁକ୍ତିଦାତା ନାରାୟଣ।



Rate this content
Log in

Similar oriya poem from Inspirational