STORYMIRROR

‌Manjula Hota

Inspirational

3  

‌Manjula Hota

Inspirational

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
372

କହିଦିଅ ପ୍ରଭୋ କରିପାରିବନି

ମୋର ସବୁ ଦୋଷ କ୍ଷମା,

ଜ୍ଞାତ ଅଜ୍ଞାତରେ କରିଛି ଯା ପାପ

କମିପାରିବିନି ଜମା ।


ଆଡ ଆଖିରେ ବି ଚାହୁଁ ନାହଁ ମୋତେ 

ଦେଉନ କୃପା କଣିକା,

କହିଦିଅ ମୁଁ ଯେ ନୁହଁଇ ତୁମର 

ହେବନି ଜୀବନେ ସଖା।


ଦେଇଦିଅ ପ୍ରଭୋ ଯେତେ ବି ବିପଦ

ଯେତେ ଦୂରେ ରୁହ ତୁମେ,

ତଥାପି ତୁମର ନାମ ଜପୁଥିବି

ଥିବା ଯାଏ ମର୍ତ୍ତ୍ୟଭୂମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational