ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ମୁନରେ ଜୀବନ
କାଲି ଥିଲା
ଆଜି ଅଛି
ଆଗାମୀ ଆସିବ,
ଏ ବିଶ୍ୱାସେ ବାନ୍ଧି ହୁଏ
ପାଗଳ ମାନବ
ଯାହା ଥିଲା କାଲି
ଗଲାଣି ସେ ଚାଲି
ଆଜି କଥା ଆଜି
ଥରୁଟିଏ ଭାବ।
କେ ଜାଣେ ଭବିଷ୍ୟ
ଆସିବକି ନାହିଁ
ଦୂରର ସେକଥା
ଆଖି ପାଏ ନାହିଁ,
କାଳର ବନ୍ଧୁକ ମୁନେ
ଏ ଜୀବନ
ରହିଛି ନେବ ସେ
କ୍ଷଣକେ ପରାଣ।
ଯାହା କରିବାର ଇଚ୍ଛା ଆଜି କର
ଶୁଭ କର୍ମେ ସଦା ହୁଅ ଅଗ୍ରସର।
