Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Horror Action

4  

Satyanarayan Sahoo

Abstract Horror Action

ମହଲ କୋଠରୀ

ମହଲ କୋଠରୀ

1 min
246



କେଡେ ଭୟଙ୍କର ମହଲ କୋଠରୀ

ଉପୁଯାଏ ନିତି ଭୀତି

ଭୂତ କୋଠୀ ଭାବେ ପରିଚିତ ଖ୍ୟାତ

ଭୂତ ପିଶାଚ ରାଜୁତି ।

ଲାଗି ରହିଅଛି ରାତି ଦିନ ଏବେ

ଘୋ ଅ ଘାଆ ଘଉଁ ଘାଉଁ  

ସାଥେ ନିତି ଶୁଭେ  ଧଡ୍ ଧାଡ ଫଡ

ଫାଡ ଧଡସ ଓ ମ୍ୟାଉଁ । 

ଭୂତ ପ୍ରେତ ଛୁଆ ନାଚି କୁଦି ଡିଆଁ

ମାରୁ ଥାନ୍ତି ସଦା ଯହିଁ

ଦୂରୁ ଶୁଭେ ନିତି  ଖେଳାଏ ଯେ ଭୀତି

ପ୍ରଗାଢ଼ ଆତଙ୍କ ପାଇଁ । 

ଜଙ୍ଗଲ କୋଣରେ ଅଛି ସେ ମହଲ

କୋଠରୀ ଗୁଡ଼ିକ ବନ୍ଦ

ସଞ୍ଜ ହେଲେ ଭାସି ଆସେ ସେହି ଠାରୁ

ପିଲା ଛୁଆ କାନ୍ଦ ଶଦ୍ଦ ।

ଆତଙ୍କେ ଶିହରୀ କମ୍ଫି ଉଠେ ହିଆ

ପ୍ରାଣ ମନ ବିଚଳିତ

ଲାଗି ରହି ଥାଏ ଭୂତ ମହଲ ର

କୋଠରୀ ଭୟ ସତତ ।

ବହୁ ବର୍ଷ ଧରି ଚଳି ଆସେ ତାହା

ନିଶୁନ ଜଙ୍ଗଲ କୋଳେ

ଚାହିଁ ନ ହୁଅଇ ସେ ଆଡ଼କୁ କେବେ

ଦିନ କି ଅବା ରାତିରେ ।।


Rate this content
Log in

Similar oriya poem from Abstract