STORYMIRROR

ANUPAMA SAHU

Others

4  

ANUPAMA SAHU

Others

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
145

ମନ ଅସ୍ଥିର ଦେହଟା ସ୍ଥିର

ମସ୍ତିଷ୍କରେ ଭାବନା ଯେ ମୋର ।

କାହା ପାଇଁ ଅବା କ'ଣ ପାଇଁ

ବୁଝିି ପାରୁନି କାରଣ ତା'ର ।।

ପଥଗାମୀ ଆଜି ଏକୁଟିଆ

ସାଥୀରେ ଅଛି କେବଳ ଆଶା ।

ଡର କି ଭୟ କିଛି ଦିଶୁନି

ଗୋଟିଏ ଇଚ୍ଛା ମୋର ପିପାସା ।।

ସାନ୍ତନା ନାହିଁ ମନ ଜଳୁଛି

ଅବଶ୍ୟ ଏହା ଭଲ ହୋଇଛି ।

ଲକ୍ଷ୍ୟସ୍ଥଳର ଏକ ରାହାଟି 

ଶାନ୍ତିରେ ନା କେବେ ବସିଛି ।।

ଆୟତ୍ତ ମନର ଆବଶ୍ୟକ

ହୋଇ ପାରିଲେ ସବୁ ସମ୍ଭବ ।

ନ ହେଲେ ତାହା ଭୁୁ୍ଲ ଠିକଣା 

ସବୁ ସରିଲେ ଜଣା ପଡିିିିବ ।।


Rate this content
Log in