ନାଲି ରକ୍ତରେ ନାମ
ନାଲି ରକ୍ତରେ ନାମ
ସ୍ପଷ୍ଟ ଶୁଭ୍ର ଧଳା କାଗଜ ରେ
ବଡ଼ ବଡ଼ ଅକ୍ଷର ରେ ଆଜି
ହୃଦୟକୁ ଛୁଇଁ ଗଲା ପରି
ଲେଖି ଦେଇଛି ପ୍ରିୟାର ନାମ ।
ଡଗ ଡଗ ଦିିିିସୁୁଛି ନୟନେ
ସତେ ଯେପରି ଲାଗୁଛି ତାହା
ଗୋରିିଝିଅ କପାଳେ ସିନ୍ଦୂର
ହସ୍ତେ ଲାଲ୍ ଚୂଡିି ମନୋରମ ।
ରଙ୍ଗରେ ନୁହେଁ କାଳିରେ ନୁହେଁ
ସତରେ ଲେଖିଛି ମିଛରେ ନୁହେଁ
ନାଲି ରକ୍ତରେ ଆଙ୍କିଛି ତାହା
ନିଜର ଅଟେ ଅନ୍ୟର ନୁହେଁ ।
ଜୀବନ ଠାରୁ ଅଧିକ ପ୍ରିୟ
ଭଲ ପାଉଛି ଛଳନା ନୁହେଁ
ହୃଦୟୁ ତାହା ମନରୁ ନୁହେଁ
ଖୁସିର ଲେଖା ଦୁୁଃଖର ନୁହେଁ ।

