ଅମାବାସ୍ୟା ର ଚନ୍ଦ୍ର
ଅମାବାସ୍ୟା ର ଚନ୍ଦ୍ର
ଚତୁର୍ପାଶ୍ବ ରେ ସୁନେଲି କିରଣ
ହର୍ଷ ଉଲ୍ଲାସ ରେ ମନ ନିର୍ମଳ ।
ପାଖରେ ନାଇଁ କଳା ଛାଇଟିଏ
କର୍ଣ୍ଣେ ଶୁଭୁନି ଶବ୍ଦ କଳ କଳ ।
ଶାନ୍ତ ଏଇ ପରିବେଶ ମଧ୍ୟରେ
ଖେଳି ବୁଲୁଛି ଅଧୀର ସମୀର ।
ବହିଯାଉଛି ତରଙ୍ଗିଣୀ କୂଳ
କାନେ ବାଜୁଛି କୁଳୁକୁଳୁ ସ୍ବର ।
ଲାଗୁଛି ଯେପରି ଆସିଯିବ କିି
ଆଜି ଦର୍ଶନେ ପୂର୍ଣ୍ଣମୀ ଚନ୍ଦ୍ର ।
କିନ୍ତୁ ବେଳେବେଳେ ଛାଇଯାଏ ଯେ
ଖୁସି ହୋଇ ଅମାବାସ୍ୟା ର ଚନ୍ଦ୍ର
