STORYMIRROR

Ajit Kumar Raut

Horror

3  

Ajit Kumar Raut

Horror

ହରର୍

ହରର୍

1 min
136


କରୁଛି ହରର୍ ଜନଙ୍କ ପ୍ରବୃତ୍ତି 

କିପରି ଜନତା ରାଷ୍ଟ୍ରେ 

ରହି ଭାରତରେ ବିରୋଧ ଦେଶର 

ଷଡଯନ୍ତ୍ର ପୁଣି ରାଷ୍ଟ୍ରେ।


ଖୁସିରେ ଅଛନ୍ତି ମିଳୁଛି ସୁବିଧା 

ପୁଣି କିମ୍ପା ଷଡ଼ଯନ୍ତ୍ର?

ଅନ୍ୟ ରାଷ୍ଟ୍ର ସଙ୍ଗେ ମିଳିତ ଅଛନ୍ତି

ଷଡ଼ଯନ୍ତ୍ର ଷଡ଼ଯନ୍ତ୍ର।


ସତ୍ତା ପାଇଁ କିବା ଷଡ଼ଯନ୍ତ୍ର ତାଙ୍କ 

ବୁଝି ହେଉ ନାହିଁ କିଛି 

ଦେଶର ଖାଇଣ ଦେଶରେ ରହିଣ

ଉଦେଶ୍ୟ ବା କେଉଁ ଅଛି।


ଦେଖି ଷଡ଼ଯନ୍ତ୍ର ହରର୍ କରୁଛି 

କିପରି ଜନତା ଏଠି 

ଭଲ କାର୍ଯ୍ୟେ କିମ୍ପା ବିରୋଧ ତାଙ୍କର

କେଉଁ ଷଡ଼ଯନ୍ତ୍ର ଏଠି।


ରାଜତନ୍ତ୍ରଯୋଗୁଁ ଦେଶ ପରାଧୀନ 

ରାଜା ଯୋଗୁଁ ଭୋଗ କଲେ

ଶତ୍ରୁ ସଙ୍ଗେ ମିଶି ରାଜତ୍ଵ କରିଲେ

କିପରି ରାଜା ସେ ଥିଲେ।


ସେହୁ ପରି ଏବେ ଲୋକତନ୍ତ୍ର ମଧ୍ୟେ 

ରାଜନେତା ରହିଛନ୍ତି 

ସତ୍ତାର ନିମନ୍ତେ ଶତ୍ରୁ ସଙ୍ଗେ ମିଶି

ତାଣ୍ଡବ ସେ କରୁଛନ୍ତି। 


ଶତ୍ରୁ ଦେଶ ସଙ୍ଗେ ଯୋଡ଼ି ରହିଛନ୍ତି 

କରନ୍ତି ଅନିଷ୍ଟ ଏଠି 

ରାଷ୍ଟ୍ର ଭଲ କାର୍ଯ୍ୟେ ବିରୋଧ ତାଙ୍କର

ହରର୍ କରୁଛି ଏଠି।


ରାଜତନ୍ତ୍ର ପରି ଲୋକତନ୍ତ୍ର ନହୁ 

ଜାଗ୍ରତ ହୁଅହେ ଭାଇ 

ରାଷ୍ଟ୍ରବାଦୀ ହୋଇ ଠିଆ ହୁଅ ଏବେ

ବିପଦ ନ ଆସୁ ଭାଇ।


ହୁଅ ଏକତ୍ରିତ ଦେଶ ସୁରକ୍ଷାରେ 

ଭାରତ ମାତା ସନ୍ତାନ 

ନେତା ଏପରିଙ୍କୁ ବହିଷ୍କାର କର

ନକର ବିଶ୍ୱାସ ପୁନ।


ହରର୍ କରେଟି ତାଙ୍କରି ଉଦ୍ଦେଶ୍ୟ 

କି କରିବେ ସେହୁ କାଲି 

ଭଲ ଲାଗେ ନାହିଁ ତାଙ୍କ ରାଜନୀତି 

ଅନିଷ୍ଟ କରିବେ କାଲି।


ଆତଙ୍କବାଦୀତ ତାଙ୍କରି ନିର୍ମାଣ 

ଶତ୍ରୁ ଦେଶେ ଯୋଡ଼ିଛନ୍ତି 

ମାରି ଦେଲେ ଶତ୍ରୁ ସମର୍ଥନେ କିମ୍ପା?

ସେହୁ ଠିଆ ହେଉଛନ୍ତି।


ଏପରି ତାଣ୍ଡବ ନିତ୍ୟେ ହୁଏ ରାଷ୍ଟ୍ରେ 

ହରର୍ କରୁଛି ଅତି

ଚିନ୍ତା କରିବାର ସମୟ ଆସିଛି

ହେଉ ଚିନ୍ତା ଏହା ପ୍ରତି।



Rate this content
Log in

Similar oriya poem from Horror