STORYMIRROR

Sunanda Mohanty

Abstract Horror Thriller

3  

Sunanda Mohanty

Abstract Horror Thriller

ଡରାଉଥିବା ମୁହୂର୍ତ୍ତ

ଡରାଉଥିବା ମୁହୂର୍ତ୍ତ

1 min
181


ମିଛର ଅଭିନୟ

ଛଳନା ଖୋଳପା ଭୟ

ପ୍ରତାରଣା ବା ଅନୁନୟ

ଆଶା ନିରାଶାର ଜତୁଗୃହ

ଏଗୁଡ଼ିକ ହେଉ ପଛେ କତିପୟ

ଡ଼ରାଉଥିବା ମୁହୁର୍ତ୍ତ ନିଶ୍ଚୟ

ନିର୍ଯ୍ୟାତନା ଦେଇ ଅକଥନୀୟ

ଅପମାନ ଦେବା ପାଇବା ଭୟ

ସନ୍ଦେହ ବାତାବରଣ ନିଶ୍ଚୟ

ଡରାଉଥିବା ମୁହୂର୍ତ୍ତ ଆବେଗମୟ

ମିଛ ଖଚ୍ଚ ଲାଞ୍ଚ ଅପଚୟ

ହତ୍ୟା ଲୁଣ୍ଠନ ବ୍ୟଭିଚାରମୟ

ସୁନାମୀ, ବାତ୍ୟା ବନ୍ୟା ଘରପୋଡି ଦାଦନ

ପ୍ରକୃତିଗତ ମନୁଷ୍ୟକୃତ ଅନ୍ୟାୟ

ବିଜୟ ପରିବର୍ତ୍ତେ ଆଣେ ଖାଲି ଭୟ

ଲାଗେ ଭାରି ଅସହାୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract