ମଧ୍ୟାହ୍ନ ସମୟ ଅନୁଭୁତି
ମଧ୍ୟାହ୍ନ ସମୟ ଅନୁଭୁତି
ଭ୍ରମୁ ଥିଲି ମୁଁହି ମଧ୍ୟାହ୍ନ ସମୟ
ପୂର୍ବରୁ ଛାଡି ଗନ୍ତବ୍ୟ
ବିଜନ ତଟିନୀ ନିଘଞ୍ଚ ବନାନୀ
ସ୍ଥଳରେ ଜନ୍ମ।ଇ ଭୟ ।
ସହସା ଆରମ୍ଭ ହେବାରୁ ବରଷା
ହେଲି ବ୍ୟାକୁଳ ଅଥୟ
ଦୃତ ବେଗେ ଯାଇ ଆଶ୍ରୟ ନେଲଇ
ଏକ ପରି ତ୍ୟକ୍ତ ଗୃହ ।
ଦେଖି ସଚକିତ ପଶିଲି ତହିଁ ତ
ଦେଖିବା ଜାଣିବା ପାଇଁ
ଗୁଲ୍ମ ଗହଳ ରେ ଅବସ୍ଥିତ କାଳେ
ଏକାକୀ ଦେଖିଲି ଯାଇ ।
ଅଙ୍ଗେ ଶିହରଣ ଖେଳିଗଲା ପୁଣ
ଘନ ଘନ ହୃଦକମ୍ପ ।
ଘଡଘଡି ନାଦ ଝଡର ଶବଦ
ତୁହାକୁ ତୁହା ବର୍ଷାରେ
ଭିଜି ଚାଲିବାର ହେତୁରୁ ମୋହର
ଦେହ ପାଣି କାଦୁଅ ରେ ।
ଭିଜି ଜଡ ସଡ ପିଛୁଳାକେ ବଡ
ଭୟରେ ସ୍ତବଧ ପ୍ରାଣ
ଏକେ ତ ନିଶୁନ ବିଜନ ଅରଣ୍ୟ
ଭୁତ ପ୍ରେତ ପ୍ରତି ଭ୍ରମ ।
ଅନାଇ ଦେଖିଲି ହାଡ ଓ କଙ୍କାଳ
ଖପୁରୀରେ ଭରା ତାହା
ହୋଇଲା ମୋହର ପିଣ୍ଡରୁ ପରାଣ
ଛାଡ଼ି ଯିବାର ଅବସ୍ଥା ।
ପ୍ରତ୍ୟକ୍ଷ ଭାବରେ ପଶି ସେ ଠାବରେ
ଦେଖି କଲି ଅନୁମାନ
ଭୁତ ପ୍ରେତ କିଛି ନାହିଁ ତ କେଉଁଠି
ଆସିଲା ଏହା କେଶନ ????

