ହରର
ହରର
ହରର ଅଟଇ ଉତ୍ତେଜନାତ୍ମକ
ହରର ହିଁ ଭୟାନକ
ଜୀବନଯାପନେ ହୁଏ ବ୍ୟତିକ୍ରମ
ମାନସିକେ ଉଦ୍ଦୀପକ l
ହରର ଗଳ୍ପକୁ ହରର କାହାଣୀ
ମନରେ ଆଣେ ଆଗ୍ରହ
ସେ ଆଗ୍ରହେ ଉତ୍ତେଜନା ସୃଷ୍ଟି କରେ
ଆସି ହରର ସନ୍ଦେହ l
ହରର ନାଟକ ପୁଣି ଚଳଚ୍ଚିତ୍ରେ
ଆକସ୍ମିକ ରୂପ ନେଇ
ଆକୃଷ୍ଟେ ମାନବ ହତବାକ ହୁଏ
ଭାବ ବିହ୍ଵଳିତ ହୋଇ l
ଛୋଟ ପିଲାମାନେ ଆଣେ ଉଦ୍ଦୀପନା
ଏତାଦୃଶ୍ୟ ଦେଖିଥାଇ
ମୂଲ୍ୟବାନ ଜୀବନଟି ଚାଲିଯାଏ
ଅଚିନ୍ତାରେ କାଳ ହୋଇ l
ହରର ଦେଖିବା ଏଥିରେ ମଜ୍ଜିବା
ଜାଣି ହିଁ ଯିବା ଦୂରେଇ
ଆତ୍ମଚିନ୍ତନକୁ ସଂଯମ ରଖିବା
ଆଧ୍ୟାତ୍ମ ଭାବ ଉଦ୍ରେଇ l