ଶୁଖିଲା ଶ୍ରାବଣ
ଶୁଖିଲା ଶ୍ରାବଣ
ମରୁଡି ପଡ଼ି କି ଏବେ ଶ୍ରାବଣ ଶୁଖିଲା
ଲୋକ ବାକ ସବୁ ଏବେ ହୋଇଲେ ଭୋକିଲା ।
ଚାଷୀ ଶିରେ କର ଦେଇ ଭୋକ ଉପାସରେ
ଗୁହାରୀ ଜଣାଏ ଯାଇ ଠାକୁର ପାଶ ରେ ।
ଅନ୍ୟ ଜନେ ଆକୁ ତାକୁ ପୁଛନ୍ତି ଆକୁଳେ
କହ କି କରିବା ଅବା ଆମ୍ଭେ ଏବେ ଭଲେ ।
ନଦୀ , ପୋଖରୀ , ଗାଡିଆ ସବୁ ଶୁଖି ଗଲା
ଗଛ , ଲତା , ତରୁ ତୃଣ ଝାଉଁଳି ପଡିଲା ।
କିଛି ଦିନ ଧରି ସିନା ପତର ଚୋବାଇ
ଦୁଃଖ ଶୋକ ତାପ ଯାତନା ରେ ଗଲେ ବଞ୍ଚି ।
ପଶୁ ପକ୍ଷୀ କୀଟ ଆଦି ସର୍ବେ ଆକୁଳିତ
ଅର୍ଣ୍ଣ ଜଳ ବୃଷ୍ଟି ବିନା ହୋନ୍ତି ହନ୍ତସନ୍ତ ।
କାଉଡ଼ିଆ ପାଣି ଠୁପେ କାହିଁ ନ ପାଆନ୍ତି
ଶୁଖିଲା ଶ୍ରାବଣ ସର୍ବେ ବିରସେ ରହନ୍ତି ।
ସୋମ ବାରରେ ଶିବ ଶିରେ ନ ପଡ଼ଇ ଅମ୍ବୁ
ହର ହର ବୋଲବମ ଜୟ ଜୟ ଶମ୍ଭୁ ।
ନ ଶୁଭିଲା ଏ ବରଷ ଜଳାଭିଷେକରେ
ଆଗ୍ରହ ପ୍ରକାଶ ପାଉନାହିଁ କା ' ମନରେ ।
ଜିବୋଦ୍ଭିଦ ସଭିଙ୍କର ଆକୁଳ ହୃଦୟ
ଆର୍ତ୍ତ ଚିତ୍କାର ରେ ଧରା ହେଲାଣି ଅଥୟ ।

