ଅନ୍ଧାର ଘର
ଅନ୍ଧାର ଘର
ଶୂନ ସାନ ରାତିରେ ଦିନେ ଯାଉ ଥିଲି
ପ୍ରକୃତିକୁ ଦେଖି ତାର ମଜା ବି ନେଲି
ହେଲେ ରାତି ସିନା ମଜା ଲାଗିଲା
ରାତିର ନିର୍ଜ୍ଜନତା ଭାରି ଭୟ ଲାଗିଲା
ନିସ୍ତବ୍ଧ ବାତାବରଣ ସବୁଠି ଥିଲା
ଏକା ଏକା ଯାଉ ଯାଉ ବର୍ଷା ଆସିଲା
ଅନ୍ଧାର ଘରଟିଏ ଦେଖି ଆଗେଇ ଗଲି
ଘନ ଅନ୍ଧାରରେ ବିକତାଳ ଶବ୍ଦ ଶୁଣିଲି
ମନରେ ମୋ ଛନକା ପଶିଲା ଏତେ
ଏମିତି ଲାଗିଲା କହିବି ମୁଁ କେତେ
ଛମ୍ ଛମ୍ ପାଦରେ କେହି ଆସିଲା
ମୋ ମନରେ ପ୍ରବଳ ଭୟ ଲାଗିଲା
ଅନ୍ଧାର ଘରର ଦୃଶ୍ଯ ଭୟଙ୍କର ଥିଲା
ବର୍ଷା ରାତିରେ ବିଜୁଳିର ଶବ୍ଦ ଆହୁରି ଭୟ ଆଣିଲା
ସେ ଘର ଛାଡି ଭୟରେ ବାହାରକୁ ଆସିଲି
ଏକ ସାଧୁ ବାବାଙ୍କ ଶରଣକୁ ଗଲି
ବାବା ମୋର ଭୟକୁ ବୁଝିଲେ
ସେ ଘରେ ଏକ ଆତ୍ମା ଅଛି କହିଲେ
ବାବାଙ୍କ ଆଶୀର୍ବାଦ ପାଇ ନିର୍ଭୟ ହେଲି
ଅନ୍ଧାର ଘରର ସ୍ମୃତିକୁ ମନେ ସାଇତି ରଖିଲି ।

