STORYMIRROR

Suresh chandra Padhy

Horror

3  

Suresh chandra Padhy

Horror

ଅନ୍ଧାର ଘର

ଅନ୍ଧାର ଘର

1 min
163


ଶୂନ ସାନ ରାତିରେ ଦିନେ ଯାଉ ଥିଲି

ପ୍ରକୃତିକୁ ଦେଖି ତାର ମଜା ବି ନେଲି

ହେଲେ ରାତି ସିନା ମଜା ଲାଗିଲା

ରାତିର ନିର୍ଜ୍ଜନତା ଭାରି ଭୟ ଲାଗିଲା

ନିସ୍ତବ୍ଧ ବାତାବରଣ ସବୁଠି ଥିଲା

ଏକା ଏକା ଯାଉ ଯାଉ ବର୍ଷା ଆସିଲା

ଅନ୍ଧାର ଘରଟିଏ ଦେଖି ଆଗେଇ ଗଲି

ଘନ ଅନ୍ଧାରରେ ବିକତାଳ ଶବ୍ଦ ଶୁଣିଲି

ମନରେ ମୋ ଛନକା ପଶିଲା ଏତେ

ଏମିତି ଲାଗିଲା କହିବି ମୁଁ କେତେ

ଛମ୍ ଛମ୍ ପାଦରେ କେହି ଆସିଲା

ମୋ ମନରେ ପ୍ରବଳ ଭୟ ଲାଗିଲା

ଅନ୍ଧାର ଘରର ଦୃଶ୍ଯ ଭୟଙ୍କର ଥିଲା

ବର୍ଷା ରାତିରେ ବିଜୁଳିର ଶବ୍ଦ ଆହୁରି ଭୟ ଆଣିଲା

ସେ ଘର ଛାଡି ଭୟରେ ବାହାରକୁ ଆସିଲି

ଏକ ସାଧୁ ବାବାଙ୍କ ଶରଣକୁ ଗଲି

ବାବା ମୋର ଭୟକୁ ବୁଝିଲେ

ସେ ଘରେ ଏକ ଆତ୍ମା ଅଛି କହିଲେ

ବାବାଙ୍କ ଆଶୀର୍ବାଦ ପାଇ ନିର୍ଭୟ ହେଲି

ଅନ୍ଧାର ଘରର ସ୍ମୃତିକୁ ମନେ ସାଇତି ରଖିଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror