ଏକାକୀ ବେଳାର ମନର ଭୟ
ଏକାକୀ ବେଳାର ମନର ଭୟ
ମଣିଷ ସାମାଜିକ ଏକୁଟିଆ
ବଞ୍ଚିବା କଷ୍ଟ
ଏକାକୀ ରହିଲେ ରୋଗ ଦୁଃଖ
ଋଣ ଆଉ କଷ୍ଟ
ଭୂତ ପ୍ରେତ ଭୟ ନକାରାତ୍ମକ
ମନର ରିଷ୍ଟ
ରାଗ ରୋଷ ମାନ ଅଭିମାନ ହିଁ
ଜୀବନେ ମନ ତୁଷ୍ଟ
ଏକାକୀ ଜୀବନ ବଡ ହୀନିମାନ
ମନରେ କୋହ ରୁଷ୍ଟ
ସମାଜ ଓ ସାମାଜିକତା
ମଣିଷ ପାଇଁ ଉଦ୍ଧିଷ୍ଟ
ଏସବୁ ହଜିଲେ ମନୁଷ୍ୟତା ଲୋପ
ହୁଏ ଖାଲି ଅସନ୍ତୁଷ୍ଟ
ଏକାକୀ ଜୀବନେ ପ୍ରକୃତି ଡରାଏ
ଜୀବନେ ଅତ୍ୟନ୍ତ କ୍ଲିଷ୍ଟ
ପ୍ରକୃତି ଭିତରେ ମନୁଷ୍ୟ ସାଥିରେ
ସିନା ମନର ଅଭିଷ୍ଟ
ଏକାକୀ ବେଦନା ଯାତନା ମନରେ
କର୍ତ୍ତବ୍ୟ ହୁଏକି ନିର୍ଦ୍ଦିଷ୍ଟ
ବାଲ୍ୟ କୈଶୋର ଯୌବନ
ଏକାକୀ ନୁହେଁ ଉଦ୍ଦିଷ୍ଟ ।

