STORYMIRROR

Alaka Nanda

Horror

3  

Alaka Nanda

Horror

ଭୟ

ଭୟ

1 min
189

ଯାଇଥିଲି ଦିନେ ଶ୍ମଶାନ ଘାଟକୁ ଫୁଲ ଚଢାଇବା ପାଇଁ 

ଫେରିଲା ବେଳକୁ ଶୂନ ଶାନ ସବୁ ସଞ୍ଜ ଆସିଥିଲା ନଇଁ।


ଲାଗିଲା ମୋ ପଛେ ଚାଲୁଚି ଛାଇଟେ ମୋ ପଥ ଅନିସା କରି 

ବେଗିବେଗି ମୋର ପାଦ ବଢେଇଲି ପଛ କୁ ମୁଁ ନ ଚାହିଁଲି।


ପିଲା ଦିନର ସେ ଭୂତ ଗପ ସବୁ ମାନସ ପଟ ରେ ଆସି  

ଜୀବନ ବିକଳେ ଦଉଡିଲି ଛାତିରୁ ଅତଡ଼ା ଗଲା ତ ଖସି।


ଧାଇଁବାକୁ ଯାଇ ଗାଁ ଶେଷ ମୁଣ୍ଡେ ପଛକୁ ଚାହିଁଲି ଫେରି 

ଚାଲୁଥିଲା ବୁଢୀ ମାଇପିଟିଏ ସେ ମୋ ପଥ ଅନୁସରି।


କହିଲା ଧନରେ ଚାରଣୀଟେ ଦେ କାଲିଠୁ ମୁଁ ଖାଇ ନାହିଁ।

ମୁଣାରୁ ପଇସା କାଢି ମୁଁ ଦେଖିଲି ବୁଢୀ ଆଉ ସେଠି ନାହିଁ।


ଗୋଡ ହାତ ମୋର ଥଣ୍ଡା ହେଇଗଲା ଥରିଲା ଛାତି ଭୟରେ 

ଘର ଅଭିମୁଖେ ଏକମୁହାଁ ହେଇ ଧାଇଁଲି ପ୍ରାଣ ବିକଳରେ।


ଭୟରେ ମୁଁ ଥରେ ଯଦି ସେ ଦିନ କଥା ମନେ ପଡି ଯାଏ

ବୁଢୀର ମୁହଁଟା ଆଖି ଆଗେ ଆସି ରୁମ ମୋ ଟାଙ୍କୁରି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror