ଆଈମା କାହାଣୀ
ଆଈମା କାହାଣୀ
ଆଈମା କାହାଣୀ କେତେ ଶୁଣିଛି ଅତୀତେ
ଭୟଙ୍କର ଜୀବ ଜନ୍ତୁ ଲୀଳା ନାନା ମତେ ।
ରୋମ ଟ।ଙ୍କୁରା ସେ ସ୍ମୃତି ଅନୁକ୍ଷଣେ ଭୀତି
ଘେନି ଶିହରୀଉଠୁଛି ନିତି ଚିତ୍ତ ବୃତ୍ତି ।
ଚାଇନା ଡ୍ରାଗନ୍ କଥା ଶୁଣି ମତେ ଅତି
ଉତ୍କଟ ଭୟ ରେ ମନ କମ୍ଫି ଉଠେ ନିତି ।
ଜଙ୍ଗଲ , ପାହାଡ଼ , ଘେରା ଚାଇନା ଅଞ୍ଚଳେ
ଅସଂଖ୍ୟ ଡ୍ର।ଗନ୍ ରହୁ ଛନ୍ତି ସବୁ ବେଳେ ।
ଦୁଷ୍ଟ ପିଲାଙ୍କୁ ସେ ଆସି ଧରି ନେଇ ଯାନ୍ତି
ଛାତି , ପେଟ ଚିରି କେତେ କଲିଜା ଖାଆନ୍ତି ।
ଅତ୍ୟନ୍ତ ,ଉତ୍କଟ ବେଶ, ବିକଟ କଦର୍ଯ୍ୟ
ନାନା ସ୍ଥାନେ ନାନା ରଙ୍ଗେ , ଅତି ଦୀର୍ଘ କାୟ ।
ସୁବିଶାଳ ବପୁ ଧାରି ଉଡନ୍ତା ପକ୍ଷୀ ସେ
ଡେଣା ଓ ମୁଖରୁ ନିଆଁ , ହୁଳା ଯେ ବରଷେ ।

