STORYMIRROR

Sambit Srikumar

Horror Classics Inspirational

3  

Sambit Srikumar

Horror Classics Inspirational

ନଈବଢି

ନଈବଢି

1 min
155


ଉଛୁଳି ଉଠିଛି ଆଜି ବେଗମତୀ 

ନଈର ଦରଦୀ ସ୍ନେହବୋଳା ଛାତି

ସୁ ସୁ ଗର୍ଜି ଫେନିଳ ପଟୁଆରରେ 

ଛୁଟି ଚାଲିଛି ବନ୍ଧବାଡ କୋଠା ବାଡ଼ି 

ଖାଲ ଖମା ଜମିକୁ ଖାତିର ନକରି 

କୋଳେଇ ନେବାକୁ ସାରା ସଂସାରକୁ

ଏକାକାର କରି ନେବାକୁ ସଭିଙ୍କୁ

ତାର ଅଗାଧ ଜଳ ରାଶିରେ ଅବାଧରେ!! 


ନାହିଁ ତାର କିଛି ବାଛ ବିଚାର 

ଧର୍ମ-କର୍ମ-ଲକ୍ଷ୍ୟ ତାର ବହି ଯିବାର

ଜଳ ବହୁଳେ ବିହୁନେ ସର୍ବନାଶ 

କେବେ ସମ୍ବଳ ପୁଣି କେବେ କାଳ 

ମତିଗତି ତାର ସଭିଙ୍କୁ ଆଗୋଚର 

କ୍ଷୟକ୍ଷତି କଳିବା ଅଟଇ ଦୁଷ୍କର 

କାହାର ଇଏ କରୁଛି ସର୍ବନାଶ 

ତ ଆଉ କାହା ପାଇଁ ପୁଷମାସ!! 


ତଳମୁଣ୍ଡର ଅରକ୍ଷିତ ବିପନ୍ନ ମଣିଷ 

ହାରିଛି ଚାଷବାସ ଆବାସ ସର୍ବସ୍ବ 

ଲିଭି ଯାଇଛି ଓଠରୁ ତାର ହସ 

ଅଖିଆ ଅପିଆ ଅବିଶ୍ରାନ୍ତ ଦେହଟା 

ବଞ୍ଚି ରହିବାର ଦୁର୍ବାର ଲାଳସାରେ

ଯାହା ଭାସିଚାଲିଛି ସୁଅର ମୁହଁରେ 

ଯତ୍ କିଞ୍ଚିତ ସମ୍ବଳ ଜାବୁଡ଼ି ହାତରେ 

ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ!! 


ଉପରମୁଣ୍ଡରେ ବିଳାସୀ ମଣିଷ

ମେଳା ଦେଖୁଛି ଆସି ବନ୍ଧରେ 

ମୁଖରୁଚି ଦରବର ସୁଆଦ ଚାଖି ଚାଖି 

ଅତି ଆନନ୍ଦିତ ହୋଇ ସପରିବାରେ 

ନଈ ସୁଅରେ ଜଳ ଭଉଁରୀର ଦୃଶ୍ୟ 

ରମଣୀୟ ମନୋହର ମନମୁଗ୍ଧକର 

ରଚନା ଲେଖଇ ଅବୋଧ ସହରୀ ଛାତ୍ରଟି 

ଦେଖିଥିବା ନଈବଢିର ବିସ୍ତୃତ ବର୍ଣ୍ଣନାରେ!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror