STORYMIRROR

Manaswinee Dash

Horror

3  

Manaswinee Dash

Horror

ଅନ୍ଧାର ଘର

ଅନ୍ଧାର ଘର

1 min
144

ଗାଆଁ ମୁଣ୍ଡରେ ଅନ୍ଧାର ଘର, 

ସଭିଏଁ କହନ୍ତି ସଂଧ୍ଯା ହେଲେ

ରହିବ ୟାଠୁ ଦୂର, 

କହନ୍ତି ଭୂତଙ୍କର ଏଠି ଜମେ ଆସର, 

ସେମାନେ କାହାକୁ ପାଇଲେ

କରନ୍ତି ରାଗର ଶିକାର। 


କୌତୁହଳ ଜାଗ୍ରତ ହେଲା ମୋ ମନେ, 

କଣ ସେଠି ଅଛି ଜାଣିବା ଦିନେ, 

ଚାଲିଲି ମୁଁ ଏକୁଟିଆ ଜଣେ, 

ଯିବା କଥା ମୋ କେହିନ ଜାଣେ। 


ଚାଲିଲି ମୁଁ ଅନ୍ଧାର ଘର ମୁହାଁ ହୋଇ, 

ମନରେ ଭାରି ସାହାସ ସଂଚେଇ, 

ଅନତି ଦୂରରୁ କିଛି ଅପ୍ରାକୃତିକ

ସ୍ୱର ଶୁଣିବାକୁ ପାଇ, 

ପବନର ବେଗ ବଢିଲା ଯାଇ। 


ଯେତେ ହେଲେ ମୁଁ ନିକଟତର, 

ଭୟଙ୍କର ଶୁଭେ ବାରମ୍ବାର, 

ସାମାନ୍ୟ ଡିବିରି ଆଲୁଅର ଭିତର, 

କୌତୁହଳ କଲା ମୋ ମନର। 


ଗଲି ମୁଁ ସେଇ ଝରକା ପାଖକୁ, 

ଦେଖି ପାରିଲିନି କାହାକୁ, 

ଜାଦୁ ପରି ସବୁ ସ୍ୱର ଲାଗିଲା ବନ୍ଦ ହେବାକୁ, 

ମତେ ଲାଗିଲା କିଏ ରହେ

ଲୋକେ ତ ଖାଲି ଡରିବାକୁ। 


ଉଙ୍କି ମାରି ଯେବେ ଭିତରକୁ ଦେଖିଲି, 

କିଏ ଅଛ ପଚାରିଲି, 

ମୋ ପଛରେ କିଏ ଛିଡା ଅଛି ଜାଣିଲି, 

ହେଲେ କାହାକୁ ବି ନ ପାଇଲି। 


ମନରେ ଟିକେ ଜାତ ହେଲା ଡର, 

ସ୍ୱର ଶୁଭିଲା ଏଇ ଘରଟି ମୋର, 

ଗୋଟେ ଅଶରିରୀ ଆତ୍ମା ତାହାର, 

ଡରରେ ଚେତା ବାର୍ଲି ମୋର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror