STORYMIRROR

Satyanarayan Sahoo

Horror Others

3  

Satyanarayan Sahoo

Horror Others

ସହରୀ ଡାହାଣୀ

ସହରୀ ଡାହାଣୀ

1 min
200


ଆଗ ଭଳି ଆଉ ନାହିଁ ଆଜି କାହିଁ 

ସହରୀ ଡାହାଣୀ ଡର

ସେବର ଘଟଣାମାନ ମନେ ପଡ଼ି

କରଇ ଭୀତି ସଞ୍ଚାର ।

ଅପନ୍ତରା ସ୍ଥାନ , ବିଲ ବନ କ୍ଷେତ 

ପଡିଆ ବାଡି ଓ ତୋଟା 

ପୋଖରୀ ଗାଡିଆ ନଈ ପଠା ପାଖେ

କେତେ ଭୟ ଘନ ଘଟା ।

ଉପୁଜି ଜନ୍ମ।ଏ ଡାହାଣୀ ବିଭ୍ରମ

ଆମରି ପିଲା ଦିନରୁ 

ପ୍ରଚଳିତ ଭ୍ରାନ୍ତ ଧାରଣା ଓ ଚିନ୍ତା 

ଚେତନା ରହି ସେକାଳୁ ।

 ଚଳି ଆସିଅଛି ନାନା ମତେ ଅତି 

ଉତ୍କଟ ଦୁର୍ଗନ୍ଧ ସ୍ଥାନେ

ସନ୍ଧ୍ୟା ହେଲା ପଛେ ପଛେ ବାହାରନ୍ତି

ଅନ୍ଧାରେ ଡାହାଣୀ ମାନେ ।

 ଦପ ଦାପ ହୋଇ ଦିପାଳୀ ଜଳାଇ

ଆପଣା ପାଟି ଭିତରେ

ଆଖି ରେ ଅନାଇ ଦେଲେ ସେ ଗୁଡ଼ାଇ

ଧାଆନ୍ତି ଅନେକ ଦୂରେ ।

ଜନ ବୃଦ୍ଧି ପାଇଁ ବହୁତ ଦିନରୁ

ସେ ଲୋପ ପାଇ ଗଲେଣି 

ଏବେ କିନ୍ତୁ ଆଜି ଯେତେ ଯେତେ ଖୋଜି

ମିଳେନା କାହିଁ ଡାହାଣୀ ।



Rate this content
Log in

Similar oriya poem from Horror