STORYMIRROR

Niranjan Mishra

Horror

3  

Niranjan Mishra

Horror

ହରର୍

ହରର୍

1 min
167


ପାହାଡ ଟି ଅଛି ନଈ ଆର ପାରେ

ନଈଟି ଗାଁ ପାଖରେ ।

ଗାଁ ତୋଟାମାଳ ନଈ କି ଲାଗିଛି

ପାହାଡଟି ତାହାପରେ ।୧।

ଭଗିଆ ଟି ଗଲା ଆମ୍ବ ଗଛେ ଚଢି

ତୋଟାରେ ହାଣିଲା କାଠ ।

ବାଘଟେ ଆସିଲା କଲରାପତ୍ରିଆ

ଦେଖିବାକୁ ଭାରି ମୋଟ ।୨।

ବାଘକୁ ଦେଖିଲା ଭଗିଆ ଯେକାଳେ

ହେଲାନାହିଁ ସେ ହରର୍ ।

ଯିଏ ଦେଖିଥାନ୍ତା ଡରି ସେ ଥାଆନ୍ତା

ବାଘ ଥିଲା ଭୟଙ୍କର ।୩।

ବାଘ ଆଁ କରି ଭଗିଆ ଉପରେ

କରିଲା ଲମ୍ଫ ପ୍ରଦାନ ।

ମୁହଁକୁ ତାହାର ଧରିଲା ଭଗିଆ

ମୋଡିଦେଲା ତାର କାନ ।୪।

ଘୋର ଗରଜନ ଛାଡିଲା ବାଘଟା

ଦୂରରୁ ଲୋକ ଦେଖିଲେ।

ଭଗିଆ ବଳକୁ ପ୍ରଶଂସା କରି ସେ

ବାଘକୁ ପଛୁ ହାଣିଲେ ।୫।

ବାଘ ସଙ୍ଗେ ଯୁଦ୍ଧ କଲା ସେ ଭଗିଆ

ବାଘ ଖାଏ ପଛୁ ହଣା ।

ନିଶକୁ ଫୁଲାଇ ଗରଜନ କରି

ବୁଦ୍ଧି କରିଦିଏ ବଣା ।୬।

ହଣା ଖାଇ ଖାଇ ବାଘ ମଲା ଶେଷେ

ଭଗିଆ ରକ୍ଷା ପାଇଲା ।

ହରର୍ କାହିଁକି ହେବ ସିଏ କହ

ବହୁ ଆଦର ପାଇଲା ।୭।

କଥା ଖେଳିଗଲା ରାଇଜ ଯାକରେ

ବାଘ ସହ ଯୁଦ୍ଧ କରି ।

ଆସିଛି ଭଗିଆ ଜୀବନ ଧରି ତା

କିଏ ହେବ ସମ ସରି ।୮।

ସଭିଙ୍କି କହୁଛି ହରର୍ ନହୋଇ

ଧୈର୍ଯ୍ୟ ରଖ ନିଜର ।

ସବୁ ଭୟଭୀତି ତୁଟି ତୁମର

ଜୀବନ ହେବ ସୁନ୍ଦର ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror