STORYMIRROR

Kumar Manikanta Bhoi

Comedy Inspirational

3  

Kumar Manikanta Bhoi

Comedy Inspirational

ମାତୃଭାଷା ପ୍ରତି

ମାତୃଭାଷା ପ୍ରତି

1 min
142

ଅର୍ପଣ କରୁଛି ମୋ ତନୁ ମନକୁ 

  ମାତୃଭାଷା ଗର୍ଭେ ଆଜି 

ଆଜୀବନ ତାର ରକ୍ଷା କରୁଥିବି 

  ସଂଗ୍ରାମୀଟିଏ ମୁଁ ସାଜି...।।୧।।


ବହି ଯାଉ ପଛେ ମୋ ଦେହରୁ ରକ୍ତ 

  ଚାଲି ଯାଉ ଏ ଜୀବନ  

ତଥାବି ଲଢ଼ିବି ମାତୃଭାଷା ପାଇଁ

ତା ଭାବେ ହେବି ମୁଁ ଲୀନ...।।୨।।


ରକ୍ତ ଜୁଡୁ ଜୁଡୁ ଏ ଦେହକୁ ମୋହର 

  ଖାଇ ଯାଉ ପଛେ ଶ୍ୱାନ 

 ମୋ ପରେ ମୋହର ଉତ୍ତରାଧିକାରୀ

 ସାଜି କା ବିକ ବପନ...।।୩।।


ମୋ କ୍ଷୀଣ ଜ୍ଞାନକୁ ରୂପ ମୁଁ ଦେଉଛି

  ରଚନା ବଳୀରେ ମୋର  

ଚେଷ୍ଟା ମୁଁ କରୁଛି ଜାଗ୍ରତ ନିମିତ୍ତ

 ପରିବର୍ତ୍ତନର ସ୍ୱର.....।।୪।।


ଦେଖାଇବା ଆମ ସୃଜନୀ ମଧ୍ୟମେ

  ଆମ ମାତୃଭାଷା ବଳ  

ଆସ ଉତ୍କଳୀୟ ଉପ।ଡ଼ି ଦେବା ସେ 

 ବିଦେଶୀ ଭାଷାର ମୂଳ.....।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy