ମାତୃଭାଷା ପ୍ରତି
ମାତୃଭାଷା ପ୍ରତି
ଅର୍ପଣ କରୁଛି ମୋ ତନୁ ମନକୁ
ମାତୃଭାଷା ଗର୍ଭେ ଆଜି
ଆଜୀବନ ତାର ରକ୍ଷା କରୁଥିବି
ସଂଗ୍ରାମୀଟିଏ ମୁଁ ସାଜି...।।୧।।
ବହି ଯାଉ ପଛେ ମୋ ଦେହରୁ ରକ୍ତ
ଚାଲି ଯାଉ ଏ ଜୀବନ
ତଥାବି ଲଢ଼ିବି ମାତୃଭାଷା ପାଇଁ
ତା ଭାବେ ହେବି ମୁଁ ଲୀନ...।।୨।।
ରକ୍ତ ଜୁଡୁ ଜୁଡୁ ଏ ଦେହକୁ ମୋହର
ଖାଇ ଯାଉ ପଛେ ଶ୍ୱାନ
ମୋ ପରେ ମୋହର ଉତ୍ତରାଧିକାରୀ
ସାଜି କା ବିକ ବପନ...।।୩।।
ମୋ କ୍ଷୀଣ ଜ୍ଞାନକୁ ରୂପ ମୁଁ ଦେଉଛି
ରଚନା ବଳୀରେ ମୋର
ଚେଷ୍ଟା ମୁଁ କରୁଛି ଜାଗ୍ରତ ନିମିତ୍ତ
ପରିବର୍ତ୍ତନର ସ୍ୱର.....।।୪।।
ଦେଖାଇବା ଆମ ସୃଜନୀ ମଧ୍ୟମେ
ଆମ ମାତୃଭାଷା ବଳ
ଆସ ଉତ୍କଳୀୟ ଉପ।ଡ଼ି ଦେବା ସେ
ବିଦେଶୀ ଭାଷାର ମୂଳ.....।।୫।।
