ନୂଆ ବରଷର ଭାଗ୍ୟ ଗଣନା
ନୂଆ ବରଷର ଭାଗ୍ୟ ଗଣନା


ଭାଗ୍ୟ ଗଣନାରେ ବିଭିନ୍ନ ଗଣ ମାଧ୍ୟମ ଖବର କାଗଜେ
ଭଲ ମନ୍ଦ କହି ଥାନ୍ତି
କର୍ମ ନ କରିଲେ ଫଳ କି ଆସିବ ଜାଣି, ସମସ୍ତେ କ୍ଷଣିକ
ପାଇଁ ମନେ ଖୁସି ତ ହୁଅନ୍ତି।
ଘଟୁ କି ନ ଘଟୁ ଘଟଣା ପ୍ରବାହରେ ବିଶ୍ଵାସରେ ଲୋକେ
ଭାଗ୍ୟ ଗଣନା ଦେଖନ୍ତି
ଭାଗ୍ୟ ଗଣନା ଅନୁସାରେ ନ ଘଟିଲେ ମନ ହୋଇ ଯାଏ
ଫିକା ତଥାପି ଭାବିଥାନ୍ତି।
ମନ ଊଣା ହୋଇ ଯାଏ କିଛି କ୍ଷଣ ପାଇଁ ତଥାପି ତ ଅଛି
ବହୁ ଜଣଂକର ବିଶ୍ଵାସ
ପୁରୁଣା ଯାଇ ଆଗକୁ ଆସୁଛି ନୂଆ ବରଷ ଆଶା କରେ
ଆଣିବ ସମସ୍ତଂକ ମନରେ ହରଷ ।