STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ସ୍ୱାଭିମାନୀ ଓଡ଼ିଶା

ସ୍ୱାଭିମାନୀ ଓଡ଼ିଶା

1 min
24


ମାଟିର ମହକରେ ମନର ମଲାଟରେ

ପ୍ରତିଟି ଓଡ଼ିଆ ପ୍ରାଣ ସ୍ପନ୍ଦନରେ 

ରକ୍ତ ଧମନୀ ହୃଦୟ ଆତ୍ମାରେ

ଯେଉଁ ସ୍ୱାଭିମାନର ଶକ୍ତିଶାଳୀ ସ୍ୱାକ୍ଷର କରିଥିଲେ

ଆମ ପୂର୍ବପୁରୁଷ ବୀର ମହାମନିଷୀ ମାନେ

ଆଜି ସେ ସ୍ୱାଭିମାନକୁ ଖୋଜିବାକୁ ପଡ଼େ,


ଆମ କଳିଙ୍ଗର ପ୍ରାଚୀନ ବୀରତ୍ୱର ଈତିହାସ

ଗର୍ବ ଓ ଗୌରବର ଗାଥା ଆଉ କେତେଦିନ

କେତେ ଦିନ ନିଜେ ନିଜକୁ ଦେଉଥିବା ଅପମାନ

ଆମେ କ'ଣ ଲଢିବା ଭୁଲିଯିବା ସଂଘର୍ଷ ଭୁଲିଯିବା

ଦୁଃଖ ଲାଗେ ଶୁଣି ପଡିଶା ରାଇଜ କଥା

ଆମେ କାଳେ ନିଜକୁ ବାହାର ରାଇଜେ

ନିଜକୁ ଓଡ଼ିଆ କହିବାରେ କୁଣ୍ଠାବୋଧ କରୁ

ଏ କି ଦୂର୍ଭାଗ୍ୟଜନକ ସମୟ ଆସିଗଲା 

ଓଡ଼ିଆ ଶବ୍ଦ କୁ ଏଠି ବଡ଼ ବଡ଼ ସମ୍ମିଳନୀରେ

ଇଂରାଜୀ ଲିପିରେ ଲେଖି ବିକୃତ କରି ପଢ଼ିବାକୁ ପଡ଼େ,


ଆସ ନିଜକୁ ପ୍ରଶ୍ନ କରିବା ବାରବାର ସବୁଦିନ

ଆମେ ପାଇଥିବା ସ୍ୱତନ୍ତ୍ର ଓଡ଼ିଶାର ସମ୍ମାନ

ଅକ୍ଷୁର୍ଣ୍ଣ ରଖିବାରେ ଆମେ କେତେ ସଫଳ

ଆସ ନିଜକୁ ପଚାରିବା ରକ୍ତପାତ ତ୍ୟାଗର

ମହନୀୟ ମହତ ନିଃସ୍ୱାର୍ଥପର ସଂଘର୍ଷର

ମୂଲ୍ୟ ଆମେ ପ୍ରକୃତରେ ରଖିପାରିଛେ କି ..?

ଉତ୍ତର ପାଇଯିବା ଆମେ ନିଶ୍ଚିତ

ସାରା ଓଡ଼ିଶାର ଜନତାକୁ ଆହ୍ୱାନ

ଆସ ନିଜପାଇଁ ନିଜେ ସଂଘର୍ଷ କରିବା

ନିଜ ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ନିଜେ ଲଢିବା

ମନେ ରଖ ଜାତୀୟତାର ସ୍ୱର୍ଗ ଦେଖିବାକୁ ହେଲେ

ସ୍ୱାର୍ଥ ଚାଟ୍ଟୁକାରିତାର ଭାବନା କୁ ମାରିବାକୁ ପଡ଼େ।


ବନ୍ଦେ ଉତ୍କଳ ଜନନୀ

ଜୟ ମୋ' ଓଡ଼ିଶା

ଜୟ ଶ୍ରୀଜଗନ୍ନାଥ

ଜୟ ମୋ' ଓଡ଼ିଆ ଭାଷା

ମୋ' ମାଟି ମୋ' ଭାଷା ମୋ' ସ୍ୱାଭିମାନ ମୋ' ଶକ୍ତି

ଭାଷା ଓ ସଂସ୍କୃତି ବଞ୍ଚିଲେ ଆମେ ବଞ୍ଚିବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract