Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ହାସ୍ୟମୟୀ

ହାସ୍ୟମୟୀ

1 min
8



ସୁହାସିନୀ, ତୁମେ ସବୁ ରୂପରେ ସୁସମ୍ପୂର୍ଣ୍ଣା

ତୁମକୁ ବର୍ଣ୍ଣିବା ଅସହଜ ଦେବୀ ତୁମେ ଅବର୍ଣ୍ଣା

ମନର ବିକାରକୁ କରିପାର ତୁମେ ପରିବର୍ତ୍ତନ

ତୁମପାଶେ ଅସୀମ ଦୈବୀ ଶକ୍ତି ଓ ସାହସ

ନିର୍ଭୟା ତୁମ ଆତ୍ମବିଶ୍ବାସରେ ସବୁ ସମସ୍ୟାର ସମାଧାନ 

ତୁମେ ଥିଲେ ହୃଦୟର ପଙ୍କରୁ ହୁଏ ପଦ୍ମ ଜାତ

ତୁମ ସାନ୍ନିଧ୍ୟରେ ସବୁ କ୍ଷଣର କଳିକା ହୁଏ ପ୍ରସ୍ଫୁଟିତ

ହସୁଥାଅ ଆନନ୍ଦରେ ହାସ୍ୟମୟୀ ସ୍ନେହମୟୀ

ସୁହାସିନୀ ତୁମ ଆତ୍ମାରୁ ସୃଷ୍ଟି ଓଠର ହସରେ

ଏ ମନ ହୃଦୟର ଚନ୍ଦ୍ରମା ହେଉଥିବ ସଦା ଉଜ୍ଜ୍ୱଳିତ ।


ଦେଖାଇ ପାରୁନଥିବା ମୋ'ର ଏହି ଆତ୍ମାରେ

ସବୁ ପବିତ୍ର ସମ୍ପର୍କରୁ ଉର୍ଦ୍ଧରେ ତୁମେ ଈଶ୍ୱରୀ

ମୋର ନିଃଶ୍ୱାସ ପ୍ରଶ୍ୱାସ ସ୍ପନ୍ଦନ ସହ ସମ୍ମିଳିତ ତୁମେ

ହୋଇପାରେ ସାଧାରଣ ବିନ୍ଦୁଟିଏ ମୁଁ ତୁମପାଇଁ 

ତୁମେ କିନ୍ତୁ ଭାବନାରେ ଆତ୍ମାରେ ମୋର ସିନ୍ଧୁସମ

ରେଣୁଟିଏ ମୁଁ ତୁମେ ମୋ' ହୃଦୟରେ ଅମୃତମୟ ପୃଥିବୀ

ତୁମେ କାନ୍ଦିବନି କେବେ ପ୍ରାର୍ଥନା ପ୍ରଭୁପୟରେ ନିତି

ତୁମ ହସରେ ସୁଖ ମୋର ତୁମ ଲୁହରେ ମୁଁ ଭାଙ୍ଗିଯିବି

ଅଦୃଶ୍ୟରେ ରହିଥିବି ଗୁଣ୍ଡୁଚିଟିଏ ହୋଇ ତୁମପାଇଁ

ତୁମେ ସେତୁବନ୍ଧ ନିର୍ମାଣ କରିଚାଲ ମୁଁ ଗର୍ବ କରୁଥିବି,


ତୁମେ ସୀତାଙ୍କ ମର୍ଯ୍ୟାଦା ରୂପ ରାଧାଙ୍କ ପ୍ରୀତିମନ୍ଦିର

ପୂଜୁଥିବି ତୁମକୁ ଶ୍ରଦ୍ଧା ଭକ୍ତି ସମ୍ମାନ ସହକାରେ

ତୁମ ହସେ ବିହ୍ୱଳହୁଏ ମୁଗ୍ଧ ହୁଏ ପବିତ୍ର ହୁଏ ମୁହିଁ 

ତୁମ କଥା ପିୟୁଷକୁ ମୁଁ ଆନନ୍ଦେ ଆତ୍ମାରେ ଭରେ

ହସରେ ତୁମରି ପ୍ରାଣବନ୍ତ ହୁଏ ପଥର ହୃଦୟ ମୋର

କେବଳ ଈଶ୍ଵର ହିଁ ସାକ୍ଷୀ ମୋ' ଆତ୍ମାରେ ତୁମେ ନିରନ୍ତର 

ସ୍ନେହର ଦୟାର କରୁଣାର ସୁନ୍ଦର ତୁମ ହୃଦୟ

ହାସ୍ୟମୟୀ ଶକ୍ତିମୟୀ ଶିଶୁମନା ତୁମେ ଈଶ୍ୱରୀ

ଏ ନିଃଶ୍ୱାସ ପରେ ବି ହେଉ ସବୁ ଜନ୍ମ ତୁମପାଇଁ ମୋର।




Rate this content
Log in

Similar oriya poem from Abstract