Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଶକ୍ତିପୀଠ ତୋ ଶକ୍ତିରୂପା

ଶକ୍ତିପୀଠ ତୋ ଶକ୍ତିରୂପା

1 min
147



ଶକ୍ତି ତୁ ଦିଅ କାତ୍ୟାୟନୀ ।

ଶବ୍ଦର ଜ୍ଞାନ ତୁ ଭବାନୀ ।।


ତୋ ପୀଠ ବର୍ଣ୍ଣନା କରିବି ।

 କଲମ ମୂନେ ମୁଁ ରଚିବି ।।


ପୀଠ ଏକାବନ ବିଶ୍ବର  । 

 ବୟାଳିଶ ହେ ଭାରତର ।।


ଚାରି ଟି ବଙ୍ଗଳା ଦେଶର ।

ଗୋଟିଏ ଟି ପାକିସ୍ଥାନର ।।


ପୀଠ ଦୁଇ ଟି ନେପାଳର ।

ଏକ ପୀଠହେ ଶ୍ରୀଲଙ୍କାର ।।


ପୁଣି ଗୋଟାଏ ତିବ୍ବତରେ।

ଶକ୍ତି ପୀଠ ଏହୁ ବିଶ୍ବରେ ।।


ଦଶ ପ୍ରମୁଖ ଅଟେ ଜାଣ।

ଧ୍ୟାନରେ ତା ନାମକୁ ଶୁଣ ।।


କିରୀଟ ଶକ୍ତି ପୀଠ ବଙ୍ଗେ।

ବର୍ଣ୍ଣିବା ଶକ୍ତି କାର ଅଙ୍ଗେ ।।


ଶକ୍ତି  ମୁକୁଟ ପଡ଼ିଥିଲା ।

କିରୀଟପୀଠ ସେହୁ ହେଲା।।


ନାମ ଏ କାତ୍ୟାୟନୀପୀଠ।

  ବୃନ୍ଦାବନର ଶକ୍ତି ପୀଠ।।


ପଡ଼ିଣ ଥିଲା କେଶପାଶ  ।

  ସତୀଙ୍କ ମହିମା ଅଶେଷ ।।


ଜ୍ୱାଳାମୁଖୀ ଟି ଶକ୍ତିପୀଠ  । 

 ହିମାଚଳର ଶକ୍ତି ପୀଠ ।।


ମହତ୍ତ୍ଵ ତାର ଯେ ଅପାର ।  

ଗୁଞ୍ଜୁଛି ମହତ୍ତ୍ଵ ତାହାର ।।


ଅମରନାଥ ଶକ୍ତିପୀଠ   ।

  ପଡ଼ିଥିଲା ଟି ଶକ୍ତି କଣ୍ଠ ।।


ଜମ୍ମୁକାଶ୍ମୀରେ ଶକ୍ତି ପୀଠ । 

 ମହିମା ସାକ୍ଷାତେ ଅଟୁଟ ।।


ପୁଣି ମିଥିଳା ଶକ୍ତିପୀଠ   ।

ନେପାଳ ଭୂମିର ଏ ପୀଠ !!


ବାମ କାନ୍ଧ କି ପଡ଼ି ଥିଲା  ।

ଦୁର୍ଗାଙ୍କ ଶକ୍ତିପୀଠ ହେଲା !!


କନ୍ୟାକୁମାରୀ ଶକ୍ତିପୀଠ  ।

ତାମିଲନାଡୁ କରେ ଆକୃଷ୍ଟ।।


ପଡ଼ି ଥିଲା ଟି ଶକ୍ତି ପିଠି  । ଭକ୍ତ ପୂଜନ୍ତି ଶକ୍ତି ସେଠି।।


ଉଜ୍ଜୟିନୀର ଶକ୍ତି ପୀଠ  ।

 କରନ୍ତି ଦୂର ଦୁଃଖ କଷ୍ଟ 


କହୁଣି ପଡ଼ି ଥିଲା ଯହିଁ   ।

ମଧ୍ୟପ୍ରଦେଶର ଏ  ଭୂଇଁ ।।


ପ୍ରୟାଗ ଶକ୍ତିପୀଠ ପରା  ।

ଉତ୍ତରପ୍ରଦେଶ ଏ ଧରା ।।


ଅଙ୍ଗୁଳି ତାଙ୍କ ପଡ଼ି ଥିଲା  ।

ଶକ୍ତିଙ୍କପୀଠଟି ହୋଇଲା।।


କାମାକ୍ଷା ଶକ୍ତିପୀଠ ପୁଣି  ।

ଆସାମ ଭୂମି ତାକୁ ଜାଣି।।


ଯୋନି ତାଙ୍କର ପଡ଼ି ଥିଲା ।

ତାନ୍ତ୍ରିକ ସ୍ଥଳ ପରା ହେଲା।।


କାଳୀଘାଟର ଶକ୍ତିପୀଠ  । କଲିକତାର କାଳୀଘାଟ।।


ପରା ପବିତ୍ର ଶକ୍ତି ଭୂଇଁ   ।

ସାଧକ ପାଇଁ କର୍ମ ଭୂମି।।


ସାଧକ କରେ ଟି ସାଧନା ‌ ।

ରଖିଣ ମନରେ କାମନା।।


ମୂର୍ଖ ମୁଁ ଅଜ୍ଞାନୀ ଭବାନୀ ।

କ୍ଷମା କରିବୁ ତୁ ଜନନୀ।।


 କିଏ ତୋ ମହାତ୍ମା ବର୍ଣ୍ଣିବ ।

ମହିମା କିଏ ବା ଜାଣିବ।।


ଚରଣେ କୋଟି ପ୍ରଣିପାତ ।

କ୍ଷମା କରିବୁ ତୁହି ମାତ।।


ଭକ୍ତି ଟି ରହୁ ଚରଣରେ  ।

କରିବୁ କରୁଣା ମୋହରେ।।


ଧୂସର ବସ୍ତ୍ର ପିନ୍ଧି ଥିବି    ।

ଚରଣ ତୋର ପୂଜୁ ଥିବି।।




Rate this content
Log in

Similar oriya poem from Abstract