STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ତୋତେ ଆଉଥରେ ଜନ୍ମିବାକୁ ହେବ

ତୋତେ ଆଉଥରେ ଜନ୍ମିବାକୁ ହେବ

1 min
9

ସ୍ୱୟଂକୁ ଧ୍ୱଂସ କରିବାର ନାହିଁ ତୋର ଶକ୍ତି

ଈଶ୍ୱରଙ୍କୁ ଡାକିବାକୁ ନାହିଁ ତୋର ଭକ୍ତି 

ଏ ଜନମକୁ ତୋର ସମର୍ପି ଦେ ରେ

ଶୂନ୍ୟ ଆଗରେ ପୂର୍ଣ୍ଣ ଭାବରେ 

ନିଃଶ୍ବାସକୁ ରଖିଥା ସଯତ୍ନେ ସାଇତି ।


ନିଃଶ୍ୱାସକୁ ସଂରକ୍ଷିତ ରଖି ତୋତେ

ଆଉଥରେ ଜନ୍ମନେବାକୁ ହେବ

ଅନ୍ତରରୁ ତୁ ବିନାଶ ହୋଇସାରିଛୁ

ତୋ' ଆତ୍ମାର ସମ୍ବିଧାନର ସାର୍ବଭୌମତ୍ୱ 

ତୋ' ବିବେକର ନୈତିକତା ଅଛି

ତୋ' ମନ ପୁସ୍ତକର ମୁଖବନ୍ଧକୁ

ସଂଶୋଧନ କରି ଜଳିବାକୁ ହେବ ନିତି ।


ଏ ଜୀବନ ନିଆଁର ଘରଟିଏ ରେ ବାବୁ

ଅନେକ ଥର ଉତ୍ତାପ ସହିଲା ପରେ ବି

ଥରେ ତୋତେ ଝାସ ଦେବାକୁ ହେବ

ତୋ ନିଜ ଭିତରର ଜଜ୍ଞକୁଣ୍ଡରେ,

ବିନା ମୃତ୍ୟୁରେ ତୋତେ ଆଉଥରେ 

ଅନ୍ତରରୁ ଜନ୍ମନେବାକୁ ହେବ 

ଲେଖିବାକୁ ହେବ ଆତ୍ମଗୀତି ଆତ୍ମପ୍ରୀତି ।


ତୋ ହୃଦୟର ଅଗ୍ନିଦେ ଆହୁରି ଜଳିବୁ

ତୋ ବିବେକର ରତ୍ନ ଅଧିକ ଚମକିବ

ଲୁହ ଶେଷ ହେବ ଦିନେ ତୋ ଛାତିର

ତୋ ଓଠ ବି ଦିନେ ମୁକ୍ତ ହୋଇ ହସିବ

ତୋ' ଜୀବନରେ ଫୁଲ ନାହିଁ ରେ ବାବୁ

ଜଳର ଭୂମିକା ହିଁ ତୋ ପାଇଁ ଲେଖା 

ନୁଆ ଜନ୍ମନେବା ପରେ ତୋ ଘରେ

ଲେଖାହେବ ନୂତନତାର ଏକ ଶ୍ରେଷ୍ଠ ପବିତ୍ର ଗୀତି।


Rate this content
Log in

Similar oriya poem from Abstract