STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ପୁଲକିତ ହୃଦୟ

ପୁଲକିତ ହୃଦୟ

1 min
5


ଯେବେ ଦିଶେ ପ୍ରିୟାମୁଖ ଜହ୍ନଦେହେ

ପଲ୍ଲବିତ ହୁଏ ପ୍ରୀତିର ଗୋଲାପି ବୀଜ

ଇଛାହୁଏ ଖେଳିବାକୁ ଦୋଳି ତା' ମନରେ

ଯେବେ ଚାହେଁ ମନ ସେବେ ଆସେ ରଜମଉଜ, 


ପୁଷ୍ପିତ ହୃଦୟଟା ବାସେ ଅନ୍ତରେ ଅନ୍ତରେ

କାକ ର ସ୍ୱର ବି କେବେ ଲାଗେ କୋଇଲି ଗାନ

ପ୍ରେମଚକ୍ଷୁରେ ପରା ମରୁଭୂମି ଦିଶେ ସବୁଜ ସବୁଜ

ଅଧରେ ବେହିସାବ ଉଲ୍ଲାସର ହସ ଅନ୍ତେ ରହିଛି କାରଣ, 


ନୟନେ ନୟନେ ଆହା କେତେ ଲୁଚକାଳି ମଧୁର

ଦୁଇପଦ କଥା କରିଦିଏ ସାରା ଦିନକୁ ସମ୍ପୂର୍ଣ୍ଣ ସୁନ୍ଦର

ହସ ତ ମେଣ୍ଟିଦିଏ ଶୋଷ ଚାହାଣୀରେ ସାହିତ୍ୟ ପ୍ରକାଶ

ଅନୁଭବର ବଗିଚା ଓ ପୁଲକିତ ସୁବାସିତ ମନର କୁଟୀର, 


ଅପେକ୍ଷା ତ ଟିକେ ମୁଖଚନ୍ଦ୍ରମା ରେ ହସର ସୁଆଗମନ

ବରଷା ଓଦାମାଟିର ବିରଳ ବାସ୍ନା ଆସେ ବିନା ଶିରାବଣେ

ଅବର୍ଣ୍ଣନୀୟ ଭାବର ସେ ସୁନୀଳ ସାଗର ଅଲେଖା ସେ କଥା

ଏହି ଆଖି ଖୋଜୁଥାଏ ସେ ଆଖିକୁ ପ୍ରତି ମୁହୁର୍ତ୍ତ ଓ ପ୍ରତିକ୍ଷଣେ। 



Rate this content
Log in

Similar oriya poem from Abstract