ଦେବି ପ୍ରପନ୍ନାର୍ଥି
ଦେବି ପ୍ରପନ୍ନାର୍ଥି
ଶାରଦୀୟ ଶୋଭା ସୁଭଙ୍କୃତ ଏବେ
ସରଗ ସୁଷମା ନେଇ
ନିର୍ଣ୍ଣୟ କରିଛି ନୈପୁଣ୍ୟତା ସହ
ଆସୁଛନ୍ତି ମହାମାୟୀ ।
ଝଟତି ଦିଶୁଛି ଦିଗବଳୟ ଛୁଇଁ
ଶ୍ଵେତ ସବୁଜର ଝୋଟି
ପୁଷ୍ପର ସମ୍ଭାର ସମିରଣେ ଖେଳେ
ତୁଳିର ଅଙ୍କନେ କୋଠୀ ।
କୌମୋଦକି ପଦ୍ମ ପଲାସ ବରନ
ଚମ୍ପକ କୁମୁଦ ହେନା
ପିଟୁଛନ୍ତି ମଥା ଆନତ ମୁଦ୍ରାରେ
ସବୁ ତୁମ ସରଜନା ।
ଚହଟି ଯାଉଛି କର୍ପୂର ଚନ୍ଦନ
ଆବାହନି ମନ୍ତ୍ର ଗାଇ
ଧରାବତରଣ କରିବେ ଭବାନୀ
ଶାରଦ ପ୍ରସ୍ତୁତି ଏଇ ।
ନୀଳ ଅମ୍ବରରେ ଦିଶୁଛି ସୁବର୍ଣ୍ଣ
ମୁଖ ପଦ୍ମ କାର ଜ୍ୟୋତି
ଜ୍ୟୋତିର୍ମୟୀ ମୂର୍ତ୍ତୀ ଆସନ୍ତି ମରତେ
ଦେବାକୁ ପରମ ଶାନ୍ତି ।
ସିକ୍ତ ଧରାକୁ ଧୋଇଛି ବସୁଧା
କରେ ଧରି ସୁଧା ଭାଣ୍ଡ
ଜଗତଜନନୀ କରିବେ ବିଜୟ
ସଚରାଚର ବ୍ରହ୍ମାଣ୍ଡ ।
ବିଜେ ବିଜିଘୋସ ଦାଉଣ୍ଡି ମର୍ଦ୍ଦଳ
କଡ଼ା ବାଜୁଅଛି ଘୋର
ଘର୍ଘର ନାଦରେ ନିନାଦିତ ହୁଏ
ରକ୍ଷାକର ରକ୍ଷାକର ।
ସହିହେଉନାହି କୁଉଣପ ଜ୍ଵଳା
ମେଦିନୀ କମ୍ପୁଛି ମାତ
ମହି ଦାସ ନାତି ଜନମ ନେଇଛି
ସାଜିଛି ମହା ଉଦ୍ଧତ ।
p>
ସସାଗରା ଧରା ସରା ମଣି ମାଗୋ
ଉଚ୍ଛନ୍ନ କରୁଛି ମାୟେ
କରନାହିଁ ଡେରି ଆସମା ଉପେକ୍ଷି
ଗୁହାରିକରୁ ଅଭୟେ ।
ଦିନୁଦିନ ତାର ବଢୁଛି ଦୁର୍ବାର
ଅସହ୍ୟ ହେଉଛି ସୃଷ୍ଟି
ନିଧନ କରଗୋ ଦାନବଙ୍କ ବପୁ
ପଡୁ ତବ ଶୁଭ ଦୃଷ୍ଟି ।
ନିରେଖି ଦେଖଗୋ ଶିରି ତୁଟି ଅଛି
ଦେବତାଙ୍କୁ ନାହିଁ ବାସ
ଅଳକା ଛାଡ଼ି ମା ଆଶ୍ରୟ ନିଅନ୍ତି
ହିମଗିରି ଶିଖେ ଆସ ।
ସହିହେଉନାହିଁ ଦାନବ ରାଜୁତୀ
ରାହା ମିଳୁନାହିଁ କାହିଁ
ଅବହେଳେ କେତେ ଜୀବନ ନିଅନ୍ତି
ତୁମେ ଅଛ ଆମ ପାଇଁ ।
ମହାଘୋର ରୂପ କରଟି ପ୍ରକଟ
ଭୁଜେ ଭୁଜ ବାଣ ଧରି
ଅପାଲଟ ଚକ୍ର ଧନୁ ଗୁଣେଦେଇ
ଦିଅ ତ୍ରୋଣେ ତାଙ୍କୁ ମାରି ।
ମୁଢ଼ ନରାଧମ କରିଛି ଗୋ ପଣ
ମହି ଦୁଲୁକାଇ ସତେ
ମୁହୂର୍ତ୍ତେ ମାତର ନରଖିବ ଧରା
ସରା କରିଦେବ ମାତେ ।
ବାନ୍ଧ ତାର ବପୂ ଦେଇ ନାଗ ଫାସ
ନାରାଚ ସଜାଡ ବାରେ
ଘୋରଦନ୍ତ ରଡ଼ି ଆଣ ତାକୁ ଭିଡ଼ି
ମରୁ ମଳେଚ୍ଛ ତୁମ ଡରେ ।
ଧର୍ମର ସ୍ଥାପନା କର ଗୁଣମୟୀ
ଆତଙ୍କ ଯାଉ ଦୂରେଇ
ଦୁରିତ ନାସନ ହେଉ ଗୋ ଜନନୀ
ଦୟାକର ଦୟାମୟୀb ।