Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ଲୁହା ମାନବ

ଲୁହା ମାନବ

1 min
5



ଫେରିବ ସେ କହିଛି

ନିର୍ମାଣ ଚାଲିଛି ତା' ପାଇଁ ଲୁହାଠାରୁ ଶକ୍ତପଥ

ନିର୍ମାଣ ଚାଲିଛି ତା'ର ଯାତ୍ରା ନିମନ୍ତେ ରଥ

ତା' ତିଥିରେ ତା' ତାରିଖରେ ଆସିବ ସେ

ବଜ୍ର ଶପଥ ନେଇ ଭୀଷ୍ମ ପ୍ରତିଜ୍ଞାର ମାନସିକତାରେ

ଅସ୍ତିତ୍ବର ଅସ୍ଥି ସଜ୍ଜା ହେଲାଣି ବିବେକ ନିର୍ଦ୍ଦେଶନାରେ ।


ଫେରିବ ସେ କହିଛି

ପ୍ରଚଣ୍ଡତାର ସଙ୍ଗୀତର ତାଳେତାଳେ

ଅନ୍ତଃବହ୍ନିର ଜର୍ଜରିତ ଉତ୍ତାପିତ ଜ୍ୱଳନରେ

ତା' ବେରଙ୍ଗ ରୁଧିର ସଂଘର୍ଷର ଅଦୃଶ୍ୟ ଅଶ୍ୱରେ

ତା' ବେଗରେ ତା' ଦିଗରୁ ସେ ଆସିବ

ମଞ୍ଚ ସଜା ହେଲାଣି ଭୂମିକା ନେବ ସେ ସମୟ ଇଛାରେ ।


ଫେରିବ ସେ କହିଛି

ଆକାଶର ପରିସୀମା ଓ ଚନ୍ଦ୍ରର ଉଜ୍ଜ୍ୱଳତା ଘେନି

ଭୂମିର ସର୍ବସଂହା ସାର୍ବଭୌମ ଶକ୍ତିକୁ କରି ସନ୍ନିହିତ

ସମ୍ବେଦନଶୀଳତା ଓ ଉଦାରତାକୁ ସଂରକ୍ଷିତ ରଖି

ସୁନାମୀର ସକରାତ୍ମକ ଶକ୍ତି ଧରି ଆସିବ ସେ

ନିଃଶବ୍ଦରେ ଗର୍ଜନ କରିବ ସେ ଈଶ୍ୱରଙ୍କ ଆଦେଶରେ ।


ଫେରିବ ସେ କହିଛି...

ଧର୍ମର ଧୀଶକ୍ତି ଓ ସତ୍ୟର ଶ୍ରୀଶକ୍ତି ଧାରଣ କରି

ସାଧନାର ଶାଶ୍ୱତ ସମୃଦ୍ଧ ସମ୍ପତ୍ତି ଆ‌ହରଣ କରି

ବିନମ୍ରତାର ନକରାତ୍ମକ ଶକ୍ତିର ତ୍ୟାଗ କରିବା ପରେ

ଆଧ୍ୟାତ୍ମିକତାର ପବିତ୍ରତା ଜ୍ଞାନର ଭିକ୍ଷୁ ହୋଇ

ଲୌହ ମାନବ (ଶକ୍ତିଶାଳୀ) ହୋଇ ପରିସ୍ଥିତିର ଆଘାତରେ ।


ଫେରିବ ସେ କହିଛି...

ଲୁହର ଶ୍ରାବଣରେ ତିନ୍ତିତିନ୍ତି ଦୁଃଖକୁ ଭୋଗିଲା ପରେ

ଅସହାୟପଣର ଯାତନା, ବ୍ୟଥାର ବିଷ ପିଇଲା ପରେ

ଚଟ୍ଟାଣ କରି ନିଜକୁ ନିଜକୁ, ବାରବାର ଗୁଣୀ ହରିଲା ପରେ

ନିଜପ୍ରତି ନିଷ୍ଠୁରତା ନେଇ ଆତ୍ମଦାହର ସଂସ୍କାର ସାରିଲା ପରେ ।


Rate this content
Log in

Similar oriya poem from Abstract