ଛଳନା
ଛଳନା


ସମୟର ଘୋଡାଗାଡି
ମଜାକରି ଚାଲିଥିଲା ଖାଲି,
ଛଳନାରେ ଥିଲା ଭରି
ମୋର ହୋଇଯିବ ବୋଲି ।
ଜିହ୍ଵା ମୋର ବନ୍ଦ ସିନା ଥିଲା
ହେଲେ କେତେ ଲୁହ ବୋହିଗଲା,
ମୋ ଭଗ୍ନ ହୃଦୟର କାହାଣୀ
ସବୁ କହି ଚାଲିଥିଲା ।
ପ୍ରତିଶୃତି ଦେଉଥିଲା ଓଠ
ହସିବ ବୋଲ
ି ଖିଲିଖିଲି,
ଲୁହ ର ଭୟରେ କିନ୍ତୁ
ଆସିବା ଦିନ ତାର ଗଲା ଚାଲି ।
ରାସ୍ତାର ଉପରେ ଠିକଣା
ସିନା ରାଗିଥିଲା,
ତେଣୁ ଯେତେ ଚାଲିଲେ ବି
ମରୀଚିକା ବଢି ଚାଲିଥିଲା ।
ଝଡ ବତାସ ଆସିବ ବୋଲି
ସବୁ ଦ୍ଵୀପ ସିନା ଲିଭିଗଲା,
ହେଲେ ମୋ ହୃଦୟ ଏକାକୀ
ରାତି ସାରା ଜଳୁଥିଲା ।
ରବିର କିରଣ ନାଚାର ପ୍ରାୟ
ମୋତେ ମନେ ହେଉଥିଲା,
ନିତ୍ୟ ପ୍ରଭାତେ ଉଦୟ ହୋଇ,
ସଂଜେ ଅସ୍ତ ହୋଇ ଚାଲିଥିଲା ।