Ajit Kumar Raut

Abstract

3  

Ajit Kumar Raut

Abstract

ସଂପର୍କର ବନ୍ଧନ

ସଂପର୍କର ବନ୍ଧନ

1 min
190



ମନୁଷ୍ୟ ଜୀବନ ଅତି ହିଁ ଦୁର୍ଲ୍ଲଭ

ଜୀବ ମଧ୍ୟେ ଶ୍ରେଷ୍ଠ ଏହୁ,

କର୍ମପଥେ ସେହୁ ଏକଲା ଚାଲିବ

ଜନ୍ମ ଉଦ୍ଦେଶ୍ୟ ହିଁ ଏହୁ।୧।


ସଂପର୍କର ଡୋର ବାନ୍ଧି ରହିଥିବ

ନଦୀ କୂଳ ସ୍ଥାନ ଆଗୁ,

ରଥଯାତ୍ରା ଆଜି ଶ୍ରୀକ୍ଷେତ୍ର ଭୂମିରେ

ଭକ୍ତ ସମାଗମ ଆଗୁ।୨।


ଭକ୍ତ ଭକ୍ତ ମଧ୍ୟେ ପ୍ରବଳ ହୋଇବ

ସଂପର୍କର ଡୋର ତହୁଁ,

କିଛି ଦିନ ପାଇଁ ରହିବ ସଂପର୍କ

ପଛେ ରହି ଯିବ ତହୁଁ।୩।


ଆନନ୍ଦ ମନରେ ପ୍ରଭୁ ଦେଖୁ ଥିବ

ଭକ୍ତଙ୍କ ସଂପର୍କେ ସେହୁ,

ଭକ୍ତି ମନେ ପୁଣି ରଥ ଟାଣୁ ଥିବ

ଭକ୍ତଙ୍କ ସାଥିରେ ସେହୁ।୪।


ଭକ୍ତିମୟ ହେବ ପୁରୀ କ୍ଷେତ୍ର ଭୂମି

ବଡ଼ଦାଣ୍ଡ ଭକ୍ତମୟ,

ଜଗନ୍ନାଥ ପ୍ରଭୁ ନେତ୍ରେ ଦିଶୁ ଥିବେ

ଭକ୍ତିପୂର୍ଣ୍ଣ ସେ ସମୟ।୫।


ପ୍ରଭୁଙ୍କ ଭକ୍ତିରେ ଭୁଲି ଯିବ ସବୁ

ଭକ୍ତଙ୍କ ସଂପର୍କ ବଳେ,

ଗୃହସ୍ତର କଥା ପୁଣି ଭୁଲି ଯିବ

ପ୍ରଭୁଙ୍କ ଦର୍ଶନ ବଳେ।୬।


ନନ୍ଦିଘୋଷ ରଥେ ପ୍ରଭୁ ବସି ଥିବେ

ଜଗତ ଠାକୁର ସେହୁ,

କଳା ଶ୍ରୀମୁଖଟି ମହୁ ଥିବ ମନ

ଦେଖୁ ଥିବ ଭକ୍ତ ସେହୁ।୭।


ତାଳଧ୍ଵଜେ ରଥେ ପ୍ରଭୁ ବଳରାମ

ମହୁ ଥିବେ ଭକ୍ତମନ,

ଦେବଦଳ ରଥେ ଭଉଣୀ ସୁଭଦ୍ର

ପ୍ରଭୁଙ୍କ ନାମ ଗୁଞ୍ଜନ।୮।


କିଛି ଦିନ ପାଇଁ ଭକ୍ତିର ଗୁଞ୍ଜନ

ବଡ଼ଦାଣ୍ଡେ ଶୁଭୁ ଥିବ,

ସଂପର୍କର ଭାବ ରହି ଥିବ ପୁଣି

ନ ଥିବ ଚିନ୍ତାର ଭାବ।୯।


ସମୟର ଚକ୍ରେ ସବୁ ପଛେ ହେବ

ବାହୁଡିବେ ନିଜ ଘର,

ସଂପର୍କର ଡୋର ପଛେ ହେବ ପୁଣି

ସ୍ମୃତି ରହି ଯିବ ତାର।୧୦।


ସଂପର୍କର ଭାବ ପଛେ ହିଁ ରହିବ

ନଦୀ ତୀର ହେବ ଆଗ,

ସ୍ମୃତି ରେ ରହିବ ଅଟୁଟ ସଂପର୍କ

କେହୁ ପଛ କେହୁ ଆଗ।୧୧।


ମନୁଷ୍ୟ ଜୀବନ ଅତି ହିଁ ଦୁର୍ଲ୍ଲଭ

ଜୀବ ମଧ୍ୟେ ଶ୍ରେଷ୍ଠ ଏହୁ,

କର୍ମପଥେ ସେହୁ ଏକଲା ଚାଲିବ

ଜନ୍ମ ଉଦ୍ଦେଶ୍ୟ ହିଁ ଏହୁ।୧୨।




Rate this content
Log in

Similar oriya poem from Abstract