STORYMIRROR

Ajay kumar Behera

Romance

4  

Ajay kumar Behera

Romance

"ବୁଝେନା ମନ"

"ବୁଝେନା ମନ"

1 min
40


ବଉଦ ତଳେ

ଲୁଚଇ ରବି

କେଡ଼େ ସୁନ୍ଦର

ଦିଶଇ ଛବି।୧।


ନିରୀହ ମନ

ହୁଏ ଉଚ୍ଛନ୍ନ

ପ୍ରେମିକ ପାଖେ

ପ୍ରେମିକା ମନ।୨।


କେଡ଼େ ଆନନ୍ଦେ

ଏକାଠି ହୋଇ

ପ୍ରୀତି ବାଣ୍ଟନ୍ତି

ଖୁସିରେ ଥାଇ।୩।


ବୁଝେନା ମନ

କ୍ଷଣିକ ପାଇଁ

ପ୍ରେମିକା ଯଦି

ପାଖରେ ନାହିଁ।୪।


କେଡ଼େ ସୁନ୍ଦର

ଯୋଡି ତାଙ୍କର

ଗଢିଛ ପ୍ରଭୁ

କରି ନିଜର।୫।


ଖୁସି କର ହେ

ତାଙ୍କ ଜୀବନ

ଦୂରେଇ ଯାଉ

ଦୁଃଖର ଦିନ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance