STORYMIRROR

sudhakar sethi

Romance

4  

sudhakar sethi

Romance

କୁଡୁଚୀ ଫୁଲ

କୁଡୁଚୀ ଫୁଲ

1 min
24.4K


ତୋ ମଥାରେ ଖୋସିଛୁ ଆଜି

ଜଙ୍ଗଲି କୁଡୁଚୀ ଫୁଲ

କେତେ ଢଙ୍ଗରେ ସଜେଇଛୁ  

ଦିଶୁଛି ଭାରି ଭଲ।


ଏମିତି ବେଶ ଦେଖି ଦେଇ

ଜାଗିଛି ସ୍ମୃତି ମନେ

କରାପୁଟର ସେ ରହଣି କଥା

କହିଯାଏ କିଏ କାନେ ।


ଆଖି ଆଗେ ଯାଉଛି ନାଚି

ସତେ ଅବା ଚିତ୍ରପଟ୍ଟ

କେତେ ସରଳ ଜୀବନ ସେଠି 

ନାହିଁତ ଛନ୍ଦ କପଟ।


ନଥିଲା ସେଠାରେ ଆଗୁଆ କିଛି

ଜୀବନ ଥିଲା ଅସ୍ତବ୍ୟସ୍ତ 

ଭଲପାଇବା ଆଉ ସରଳ ବିଶ୍ବାସ

ଥିଲା ସେ ମାଟିର ମହକ।


ଯେଉଁଠି ଥିଲେ ଯେମିତି ଥିଲେ

ଭୂଲିକି ପାରିବି ସବୁ

ପରବାସରେ ଏତେ ଆତ୍ମୀୟତା 

ହୃଦକୁ କରିଛି କାବୁ ।


ତା ମୁହଁ ସହ ତ ମୁହଁ ଆଜି

ଯାଉଛି କେମିତି ମଶି

କୁଡୁଚି ଫୁଲ ଯୋଡି ଦେଇଛି

ଭଙ୍ଗା ହୃଦର ଆରିସି ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance