କୁଡୁଚୀ ଫୁଲ
କୁଡୁଚୀ ଫୁଲ
ତୋ ମଥାରେ ଖୋସିଛୁ ଆଜି
ଜଙ୍ଗଲି କୁଡୁଚୀ ଫୁଲ
କେତେ ଢଙ୍ଗରେ ସଜେଇଛୁ
ଦିଶୁଛି ଭାରି ଭଲ।
ଏମିତି ବେଶ ଦେଖି ଦେଇ
ଜାଗିଛି ସ୍ମୃତି ମନେ
କରାପୁଟର ସେ ରହଣି କଥା
କହିଯାଏ କିଏ କାନେ ।
ଆଖି ଆଗେ ଯାଉଛି ନାଚି
ସତେ ଅବା ଚିତ୍ରପଟ୍ଟ
କେତେ ସରଳ ଜୀବନ ସେଠି
ନାହିଁତ ଛନ୍ଦ କପଟ।
ନଥିଲା ସେଠାରେ ଆଗୁଆ କିଛି
ଜୀବନ ଥିଲା ଅସ୍ତବ୍ୟସ୍ତ
ଭଲପାଇବା ଆଉ ସରଳ ବିଶ୍ବାସ
ଥିଲା ସେ ମାଟିର ମହକ।
ଯେଉଁଠି ଥିଲେ ଯେମିତି ଥିଲେ
ଭୂଲିକି ପାରିବି ସବୁ
ପରବାସରେ ଏତେ ଆତ୍ମୀୟତା
ହୃଦକୁ କରିଛି କାବୁ ।
ତା ମୁହଁ ସହ ତ ମୁହଁ ଆଜି
ଯାଉଛି କେମିତି ମଶି
କୁଡୁଚି ଫୁଲ ଯୋଡି ଦେଇଛି
ଭଙ୍ଗା ହୃଦର ଆରିସି ।

