ତୁମେ ମୋର ଜ୍ୟୋର୍ତିମୟୀ ତାରା
ତୁମେ ମୋର ଜ୍ୟୋର୍ତିମୟୀ ତାରା
ଯେଉଁଠି ଦେଖିଲେ ତୁମ ପ୍ରତିଛବି
ପ୍ରତୟୀତ ହୁଏ ଆସି
ଫୁଲ ରୁ ଫୁଲକୁ ପ୍ରଜାପତି ଉଡେ
ସହିହୁଏ ନାହିଁ ଦେଖି ।।
ସ୍ମୃତିରେ ଜଳୁଛି ମୋ ପ୍ରୀତି ସହର
ହୃଦୟ ମୋ ଭାରାକ୍ରାନ୍ତ
ଭୁଲି ପାରୁନାହିଁ ମଧୁର ଦହନ
ସେ ଜ୍ଵଳନେ କେତେ ଶୀତ ।।
ସାତ ସାଗରର ପାଣି ଭରା ଆଖି
ଛାତି ତଳେ କେତେ ବ୍ୟଥା
ଚାପି ହୋଇ ରହି ଯାଇଛି ସଖୀରେ
ହୃଦୟ ର କେତେ କଥା ।।
ତୋ ତନୁ କଦମ୍ବ ଚମ୍ପା କଳୀ ଦେହା
ତୋ ସ୍ନେହ ସ୍ନିଗ୍ଧ ପରଶ
ପ୍ରେମ ଫୁଲ ଝରା ତୋ ପ୍ରେମ ଝର ରେ
ବଉଳ ଫୁଲର ବାସ ।।
ଦିବା ରଜନୀ ରେ ହୃଦୟ ମନ୍ଦିରେ
ବସି କରୁଛ ବିଭୋର
କବିତା ଲେଖୁଛି ପ୍ରେମ ଦୀପ ଜାଳି
ରାତିସାରା ଉଜାଗର ।।
ଆଖି ପଡ଼ିଗଲା ପାହାନ୍ତି ପବନେ
ସପନେ ଆସିଲ ତୁମେ
ଶୋଇ ଯାଇଥିଲ କେମିତି ଏମିତି
ମୋ ପ୍ରେମ ବାହୁ ବନ୍ଧନେ ।।
ଏ ମନ ଆକାଶେ ତୁମେ ଗୋ ସଜନୀ
ଗୋଟେ ଜ୍ୟେର୍ତିମୟୀ ତାରା
ଆଜି ମୋର ଏଇ ନିର୍ଜନ କୁଟୀରେ
ଅପେକ୍ଷା ରତ ମୁଁ ପରା ।।