ପ୍ରିୟତମାର ଗାଁ"
ପ୍ରିୟତମାର ଗାଁ"


ତୁମ ଗାଆଁ ମେଘ ଯେବେ ମଥା ପିଟେ
ଆମ ଗାଆଁ ପାହାଡ଼ ଛାତିିରେ
ତୁମ କଥା ମନେପଡେ ପ୍ରିୟତମା
ଏକାନ୍ତରେ ବିଜନ ବେଳାରେ ।
ତୁମ ଗାଆଁ ଜହ୍ନ ଯେବେ ଲୁଚିଯାଏ
ଅଭିମାନେ ବଉଦ ଫାଙ୍କରେ
ମନ ମୋର ହଜିଯାଏ ତୁମଗାଆଁ
ନଈପଠା ଗାଧୁଆ ତୁଠରେ ।
ତୁମ ଗାଆଁ କୁଆ ଯେବେ ଉଡିଯାଏ
ଆମ ଗାଆଁ ତାଳବଣ ଦେଇ
ଚାଉଳ ମୁଠାଏ ଥୋଇ ଆମଗାଆଁ
ଭୁଆସୁଣି ରହିଛି ଅନେଇ ।
ତୁମ ଗାଁ' ଯୁବତୀ ଯେବେ ଦୂରେଯାଏ
ଆମ ଗାଆଁ ନଈଘାଟ ଡେଇଁ
ଆମ ଗାଁ" ନାଉରୀ କହେ ପରଦେଶୀ
ଆଜି ପୁୁଣି ଫେରିବୁ କି' ନାହିଁ ।
ତୁମ ଗାଆଁ ଝିଅ ଯେବେ ବୋହୁ ସାଜି
ଏଇପଥେ ମୋ' ଗାଆଁକୁ ଆସେ
ଆମ ଗାଆଁ ଗୋହିରୀରେ କାଶତଣ୍ଡୀ
ମନ ଖୋଲି ଖିଲିଖିଲି ହସେ ।