ମୋହିନୀ ସନ୍ଧ୍ୟା...
ମୋହିନୀ ସନ୍ଧ୍ୟା...
ହେଇତ ସନ୍ଧ୍ୟା ପାଖେଇ ଆସୁଛି ମନ ମୋହିନୀ ଛଟା ଧରି ।
ତା ଆଭାରେ ବନ୍ଧ୍ୟା ଭାବନା ହୋଇବ, ତା ନିରିମାଖି ରୁପ ସୁମରି...।।
ଶାନ୍ତ ହୋଇ ଯାଏ ଧରା, ଯେମିତି ନିରବେ ଶୋଇଥିବା ଶିଶୁ ପରି ।
ବାହୁଡି ଯାଆନ୍ତି ପକ୍ଷୀ ଚହଟି ନିଡକୁ,ଯେବେ ଆସେ ରୁପ ଲାବଣ୍ୟ ଭରା ସନ୍ଧ୍ୟା ପରି ।।
ଏଇତ ସନ୍ଧ୍ୟା ରଂଗେଇଛି ଧରା ନିଜ ରୂପର କିମିଆଁ କରି ।
ହୋଇ ତା ରୂପରେ ମୁଗ୍ଧ, ମୁଁ ତା ପ୍ରେମରେ ଖେଳୁଛି ହୋରି...।।
ନୂତନ ବ
ଧୁର ନାଲି ସିନ୍ଦୂରଟୋପା ପରି ସୂରୁଜ ଧରି ସନ୍ଧ୍ୟା ଶୀହରଣ ଦିଏ ବୋଳି ।
ପ୍ରେମ ରଂଗରେ ରଂଗୀନ ସ୍ୱପ୍ନଟିଏ ସମ, ଭାବୁକତା ଦିଏ ଭରି ।।
ଏଇତ ସନ୍ଧ୍ୟା ଭାବୁକ,ପ୍ରେମିକ,ସପନ ଓ ଶୀହରଣ ଭରି ।
ସତରେ ଅପୂର୍ବ ଏଇ ଦୋସନ୍ଧିର ବେଳା, ମନରେ ଆବେଗ ଦିଏ ଭରି ।।
ଶାନ୍ତ ନିରବେ ସମର୍ପଣ ସମୟ ସନ୍ଧ୍ୟା,
ମନକୁ ବୁଝି ବୁଝେଇବା ଜୀବନୀ ସନ୍ଧ୍ୟା,
ସବୁ ଦିନ ଆସି ଫେରି ଯାଏ, ସ୍ମୃତିଟିଏ ହୋଇ ପ୍ରେମିକା ସନ୍ଧ୍ୟା ।।