STORYMIRROR

PrajnaParamita Aparajita

Romance

3  

PrajnaParamita Aparajita

Romance

ମୋହିନୀ ସନ୍ଧ୍ୟା...

ମୋହିନୀ ସନ୍ଧ୍ୟା...

1 min
213

ହେଇତ ସନ୍ଧ୍ୟା ପାଖେଇ ଆସୁଛି ମନ ମୋହିନୀ ଛଟା ଧରି ।

ତା ଆଭାରେ ବନ୍ଧ୍ୟା ଭାବନା ହୋଇବ, ତା ନିରିମାଖି ରୁପ ସୁମରି...।।


ଶାନ୍ତ ହୋଇ ଯାଏ ଧରା, ଯେମିତି ନିରବେ ଶୋଇଥିବା ଶିଶୁ ପରି ।

ବାହୁଡି ଯାଆନ୍ତି ପକ୍ଷୀ ଚହଟି ନିଡକୁ,ଯେବେ ଆସେ ରୁପ ଲାବଣ୍ୟ ଭରା ସନ୍ଧ୍ୟା ପରି ।।


ଏଇତ ସନ୍ଧ୍ୟା ରଂଗେଇଛି ଧରା ନିଜ ରୂପର କିମିଆଁ କରି ।

ହୋଇ ତା ରୂପରେ ମୁଗ୍ଧ, ମୁଁ ତା ପ୍ରେମରେ ଖେଳୁଛି ହୋରି...।।


ନୂତନ ବଧୁର ନାଲି ସିନ୍ଦୂରଟୋପା ପରି ସୂରୁଜ ଧରି ସନ୍ଧ୍ୟା ଶୀହରଣ ଦିଏ ବୋଳି ।

ପ୍ରେମ ରଂଗରେ ରଂଗୀନ ସ୍ୱପ୍ନଟିଏ ସମ, ଭାବୁକତା ଦିଏ ଭରି ।।


ଏଇତ ସନ୍ଧ୍ୟା ଭାବୁକ,ପ୍ରେମିକ,ସପନ ଓ ଶୀହରଣ ଭରି ।

ସତରେ ଅପୂର୍ବ ଏଇ ଦୋସନ୍ଧିର ବେଳା, ମନରେ ଆବେଗ ଦିଏ ଭରି ।।


ଶାନ୍ତ ନିରବେ ସମର୍ପଣ ସମୟ ସନ୍ଧ୍ୟା,

ମନକୁ ବୁଝି ବୁଝେଇବା ଜୀବନୀ ସନ୍ଧ୍ୟା,

ସବୁ ଦିନ ଆସି ଫେରି ଯାଏ, ସ୍ମୃତିଟିଏ ହୋଇ ପ୍ରେମିକା ସନ୍ଧ୍ୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance