STORYMIRROR

PrajnaParamita Aparajita

Classics Fantasy Inspirational

3  

PrajnaParamita Aparajita

Classics Fantasy Inspirational

ସପନର ରାଇଜ

ସପନର ରାଇଜ

1 min
220


ସପନ ରାଇଜେ କୁହୁଡି କାହିଁ ,      

କୁହୁଡି ନାହିଁ କି ରାତି ବି ନାହିଁ..

ସବୁ ଫର୍ଚ୍ଚା ସେଠି,ନା ଧୁଆଁଳିଆ କିଛି,   

ରାତି ମାନେନାହିଁ ସପନେ ଧାଉଁଛି..

ନା ନିଦ୍ରା ରେ ବିରତି ନା ପାଗର ବାହାନା, 

ସପନ ବାପୁଡା ଶାନ୍ତି ରେ ବସେଇ ଦିଏନା...

କହିଲି ବଢିବାକୁ ବେଶୀ ନାଇଁ ମୋ ମନ, 

ନିଦଭରା ରାତି ହେଉ ଏତିକି କର ଜତନ.. 

ହେଲେ ସେ ସପନ ପରା ଶାନ୍ତିରେ ଛାଡିବ ନାହିଁ,                      

ସ୍ମୃତି ର ସମାରୋହ ଦେଇ ସଜେଇ,

ନିଦ ନେଇ ଚାଲିଗଲା ସେ କାହିଁ....

ଜାଣେନା ବଇରି ତାର ରାତି ନା ମୁଁ,   

କାହିଁକି କରୁଛୁ ହଇରାଣ ତୁ......

ଫେରିଯା ସପନ ମତେ ଖାଲି ରାତି ଦେଇ, 

ନିଦ ଭରା ରାତି ସମ ରାତି ଯେ କାହିଁ...

ସପନ ତୁ ଆସିବୁ ପାଉତି ଭରି,      

ନହେଲେ ସାଜିବି ମୁଯେ ବଇରି.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics