STORYMIRROR

PrajnaParamita Aparajita

Others

3  

PrajnaParamita Aparajita

Others

ଅତୀତ ତୁମେ......

ଅତୀତ ତୁମେ......

1 min
208

ଫେରି ଚାହିଁଲେ କାହିଁକି,       

ଅତୀତ ଟା ଅସଜଡା ଲାଗେ...

ଆଜି ପରି ତେବେ ବି ତ ଭାବି ବୁଝି,   

କରିଥିବି ନିଶ୍ଚିତ ଜାଣେ....

ତଥାପି ବହୁତ ମୁହୂର୍ତ୍ତ ଦୂର୍ବଳ ତ,    

କେଁଉଠି ନିରବତାର ଆବଶ୍ୟକତା ଦିଶେ....

କେଉଁଠି ଚଲାପଥ ବଦଳେଇ ଚାଲିବାର ଥିଲା, 

ତ କେଉଁଠି ଅବଛାକୁ ବାଛିନେଇ ବଢିବାର ଥିଲା...

ଲାଗେ ପୁଣି କିଛି ଅଛିଣ୍ଡା କଥାରେ,   

ପ୍ରତିକ୍ରିୟା ଭିନ୍ନ ଦେବାର ଥିଲା.....

ଲାଗେ ବୋଧହୁଏ ସୁଧୁରି ବଢିବାକୁ,   

ଅନେକ ସମାଧାନ ଓ ସମ୍ଭାବନା ଥିଲା....

କେଜାଣି କାହିଁକି ବୁଲି ଦେଖିଲେ,   

ମନ କହେ କିଛି ଅସଜଡା ରହିଗଲା....

ବିତିଗଲା ଦିନ ସଜାଡି ହୁଏନି,   

ସେଇଥିପାଇଁ ବୋଧହୁଏ ଅସଜଡା ଲାଗେ...

ସେଇ ସ୍ମୃତିର ପ୍ରଭାବରେ ଆଜିଟା ବି ଓଦା ଓଦା ଲାଗେ....          

ସଜାଡି ହେଇକି ଚାଲିବାର ଇଚ୍ଛା ଓ ପ୍ରୟାସଟି ଜାଗେ...

ଯଦି ସବୁ ଆଜିରେ ସୁଧୁରିକି ଚାଲେ ...  

ତେବେ ......          

କାଲି ବସି ଆଜିକୁ ଦେଖିଲେ , 

ଏଇ ଆଜିଟା ବି କଣ ଅସଜଡା ଲାଗିବ???????



Rate this content
Log in