STORYMIRROR

PrajnaParamita Aparajita

Classics Inspirational

3  

PrajnaParamita Aparajita

Classics Inspirational

ଅଧଗଢା ଜୀବନ

ଅଧଗଢା ଜୀବନ

1 min
257


ସୀମାହୀନ ଭାବେ ଭାବନା ବୁଲଇ,

ତାକୁ କି ପାରିବି ଧରି ।।

ସପନ ରାଇଜରେ ଘର ଯଦି କରେ,

ତହିଁକି ପାରିବି ରହି ।।


ଜୀବନେ ଜୀବନ ଆଶା ଜଡା ଘର,

ବାଲି ରେ ଗଢିକି ଲାଭ।।

ପାଉନାହିଁ କାହୁଁ ବଳକା ସାମାନ,

ଯାହା ବାଲି ରେ ମିଶିଲେ ଭାବ ।।


ଆଜି କିଛି ନାହିଁ କାଲି କିଛି ସରିଯିବ,

ପରେ କିଛି ମିଳିଯାଇପାରେ ।।

ଏଇତ ଜୀବନ ଜୀବନେ ଅସମ୍ପୁର୍ଣ

ତଥାପି ସମ୍ପୁର୍ଣ ଲାଗେ..।।


ଭାବନା ଖିଅରୁ ସପନ ଅଜାଡି,

ମନ ନିତି ଗଢି ନିଭାଙ୍ଗେ।

ଲାଗି ଗଢିଲେବି ଶତଚେଷ୍ଟା କରି,

ସବୁ କି ହାତ ପାହାନ୍ତା ରେ ମିଳେ।।


କିଛି ମିଳେ କିଛି ଆଶା ରେ ମଉଳି ଯାଏ,

କିଛି ସପନ ବାହାର କଥା ।।

ଜୀବନେ ଜୀବନ ଅସମ୍ପୂର୍ଣ୍ଣ ଲାଗେ,

ସେତ ସମ୍ପୂର୍ଣ୍ଣ ଅଧଗଢା ବ୍ଯଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics