ଚାନ୍ଦ ର ଠିକଣା
ଚାନ୍ଦ ର ଠିକଣା


ଝଡା ଗଙ୍ଗଶିଉଳୀ ସବୁ ମାଟିରେ ଅଜାଡି ହୋଇ ପଡିଥିଲେ,
ପାହାନ୍ତି ରୁ ସାଉଁଟି ଆଣିଲା ବେଳେ ଲାଗିଲା ଯେମିତି ପଚାରୁଛି ,
ରାତି ରେ କିଏ ପ୍ରେମ ନେଇ ଆସିଥିଲା ?
ରୁପା ଜଡା ସବାରି ନେଇ ରୁପେଲି ରାତିରେ ,
ମନ୍ଦ ଶୀତଳ ସମ୍ମୋହନ ନେଇ କିଏ ସେ ପ୍ରେମ ପରଷି ଚାଲିଗଲା ?
ଅନ୍ଧାରେ ସବୁ ଫର୍ଚା ସବୁ ସ୍ପଷ୍ଟ ପରିପାଟି ରେ ସୁନ୍ଦର ରୁପେଲି ସବାରି ରେ କିଏ ସେ ଥିଲା ?
କିଏ ସେ ଆସେ ନିଜର କରି ଚାଲିଯାଏ ?
କିଏସେ ପ୍ରେମିକ କେଉଁଠି ସିଏ ?
ପ୍ରେମ ପରସେ ପାଗଳ କରି କୁଆଡେ ଯାଏ ?
ରାତି ଟା ଯାହାପାଇଁ ସୀମାତୀତ ରଙ୍ଗୀନ ହୋଇଥିଲା,
ସ୍ପର୍ଶ ସବୁ ଶତ ଶୀହରଣର ସମାହାର ଥିଲା,
ଯାହାର ସାନିଧ୍ୟ ପ୍ରେମର ଆଶାତୀତ ସମ୍ଭାବନା ଦେଲା,
ଯାହାର ପ୍ରେମରେ ନିଜକୁ ଅଜାଡି ଦେଲି , କିଏ ସେ ଅପରିଚିତ କୁଆଡେ ଯାଏ ?
ଦିନରେ ଦେଖେଇବି କେମିତି ସେ ପ୍ରେମିକ ଚାନ୍ଦ ଓ କେଉଁଠି ସିଏ...
ପ୍ରେମ ପରସିକି ପ୍ରେମ ପଚାରୁଛି ତା ପ୍ରେମ ଚାନ୍ଦ ର ଠିକଣା ସତେ ?