STORYMIRROR

PrajnaParamita Aparajita

Others

3  

PrajnaParamita Aparajita

Others

ଅବହେଳିତ ବାର୍ଦ୍ଧକ୍ୟ...

ଅବହେଳିତ ବାର୍ଦ୍ଧକ୍ୟ...

2 mins
192

ବୃଦ୍ଧାଶ୍ରମର ବଢୁଥିବା ସଂଖ୍ୟା, ସତରେ ଚିନ୍ତାଜନକ ନୁହଁକି???

ଅନିନ୍ଦ୍ୟ ଲାଗିଲା ସୋସିଆଲ୍ ମିଡିଆର ପୋଷ୍ଟ୍ ଉପରେ ଅସଂଖ୍ୟ ଲାଇକ୍ ଆଉ କମେଣ୍ଟ ଦେଖି,

ପଢିକି ଲାଗିଲା କେତେ ଚିନ୍ତିତ, କେତେ ଆବେଗ ଭରା ସମାଜ ସତେକି,

ହେଲେ ଭ୍ରାନ୍ତି ଦୂର ହେବାରେ ବିଶେଷ ସମୟ ଲାଗିଲାନି,

ଯେତେବେଳେ ନୁଆ ଆସିଥିବା ପଡୋଶୀ ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ସଂଘର୍ଷ ବୁଝିଗଲି,

ପୁଅ ବିଦେଶରେ ବହୁ, ନାତି ନାତୁଣୀ ସାଗଂରେ , ସତେ ଭାବିଲେ ସୁନ୍ଦର ନୁହକି???

ଜରାବସ୍ଥାର ଜର୍ଜରତାରେ ବି,ଉତଫୁଲ୍ଲିତେ ତାଙ୍କ କଥା ବଖାଣନ୍ତି,

ଚାକରାଣୀଟିଏ ଆସି ବାସି ପାଇଟି ସାରି ଦେଇ ଯାଏ, 

ହେଲେ ବୃଦ୍ଧାବସ୍ଥାରେ ସେ କିଣା ସହାୟତା କି ଯଥେଷ୍ଟ ହୁଏ???

ବିନା ସହାୟତା ଯେଉଁଠି ବସିଲେ ଉଠିବା ଅସମ୍ଭବ ତୁଲ୍ୟ,

ସେଇଠି ଗଚ୍ଛିତ ସମ୍ପତ୍ତି ଅବା ସନ୍ତାନ ଦିଆ ଭତ୍ତା ରଖଇ କି କିଛି ମୂଲ୍ୟ ?????

ଲମ୍ବା ସମୟ ବିରତି ପରେ ବି ରକ୍ତ ପରଦେଶୁ ଡାକେ ଅବା ନ ଡାକେ,

ତଥାପି ବିନା ତିକ୍ତତା ଅବହେଳିତ ବାର୍ଦ୍ଧକ୍ୟ,ତାଙ୍କରି ପାଇଁ ଆଶିଷ ମନାସେ...

କଷ୍ଟ ଓ ପୀଡା ବେଳେ ଭାଗ୍ୟେ ଥିବା ପଡୋଶୀ,ନହେଲେ ପୁଲିସି ଡକା,

କହିଲେ ଦେଖି ବୃଦ୍ଧାଶ୍ରମର ବାର୍ଦ୍ଧକ୍ୟ ନା ସ୍ୱାଧୀନ ବାର୍ଦ୍ଧକ୍ୟ ଏଠି କେଉଁଟି ମିଛ କିଏ ଧୋକା???

ଯେତେ ଆଗକୁ ଖୋଜିବେ,ସେତେ ଅନ୍ଧାରରେ ବ୍ୟବସ୍ଥା,

ଏଠି ମମତା ଉଜାଡି ସମ୍ପତ୍ତି ମୋହେ ଛନ୍ଦା, ମଣିଷ ଭାବୁଛି ଜୀବନ ଶସ୍ତା...

ସମୀକରଣ ଗଲାଣି ବଦଳି, ଭଲ ଖରାପ ବୋଲି ଆଉ ନାହିଁଟି,

ଯଦି ବୁଝି ପାର ତେବେ ବୁଝି କୁହ ଖରାପରେ ଭଲ କେଉଁଟି????

ତାଙ୍କ ଶ୍ରମ ସମ୍ପତ୍ତିରୁ ଶରୀର ଓ ଡିଗ୍ରୀ ତଥାପି ତାଙ୍କ ମୁହ ଫେରି ଉଡେ ନିଜ ରାସ୍ତାରେ,

କେବେ କିଛି ଖରାପରେ ଭଲ ଭତ୍ତା କିଛି ଦେଇ ବୁଡି ରହେ ନିଜ ବ୍ୟବସ୍ଥାରେ...


କହିବା କେମିତି କେଉଁଟି ସଠିକ୍???


ଅନେକ ହେଲେ ବି ସନ୍ତାନ ମାତାପିତା, ଶତ କଷ୍ଟ ସହି ପାଳନ୍ତି,

ହେଲେ ସେ ଅନେକ କେମିତି କାର୍ପଣ୍ୟେ,ନିଜ ପ୍ରଥମ ଦାୟିତ୍ୱକୁ ଭୁଲି ଯାଆନ୍ତି....


ବ୍ୟଥା ବୃଦ୍ଧାଶ୍ରମ ସଂଖ୍ୟା ଅବା ନୁହେଁ ଚାରି କାନ୍ଥେ ବନ୍ଧା ଶାପିତ ବାର୍ଦ୍ଧକ୍ୟର,

ପ୍ରଶ୍ନ ଆମ ପାଇଁ ଆଉ ଆମେ ହିଁ ତ ଦାୟୀ,ଦେବାକୁ ପଡିବ ସଠିକ୍ ଉତ୍ତର...


ନିରେଖି ଶୁଣିଲେ ଅଧିକାର ଆଉ ସ୍ୱାଧୀନତା ନାମେ କେତେ ଝଡ ନେଇ ଆଜିକାର ପୀଢି ବହୁଛି,

ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି କାପୁରୁଷ ପଣେ ମିଛର ଡିଣ୍ଡିମ କିଆଁ ପିଟୁଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍