STORYMIRROR

Debadatta Jena

Romance

3  

Debadatta Jena

Romance

ନୀରବ ଝଡ଼

ନୀରବ ଝଡ଼

1 min
254

କିଏ ସିନା ଭୂଲି ପାରେ,   

  ମୁଁ କାହିଁକି ପାରେନି..?

     ଭାବନାର ରଂଗ ଜମା,

       ମନରୁ ମୋ ଲିଭେନି,

        ହୃଦୟ ଫର୍ଦ୍ଦରେ ଯେତେ,

       ଅକୁହା ସେ ଭାବନା,

     ଆକାଶରେ ଜହ୍ନ ହେଲେ,

   ଧରା ମୋଟେ ଦିଏନା,

 ଚୁନା ଚୁନା ତାରା ଫୁଲେ,

ଏ ମନ ଜମା ବୁଝେନା..!

  ଶ୍ରାବଣ ଯେ ଲୁଚି ପାରେ,

    ମେଘ କିଂତୁ ଲୁଚେନା,

      ଝରି ଝରି ଅମାନୋଇ,

        ଲୁଚ କାଳି ଖେଳେନା,

          ଅସୁମାରୀ ମେଘ ହେଲେ,

         ବର୍ଷା ଋତୁ ଆଣେନା,

       ଜହ୍ନିଫୁଲ ଫୁଟେ ସିନା,

    ବାସ୍ନା ତାର ବାସେନା,

  ଲୁଚି ଲୁଚି ବରଷାରେ,

ନିରୋଳାରେ ଭିଜେନା.. !

  ରାତି ସିନା ସରିଯାଏ,

     ସ୍ବପ୍ନ ମୋଟେ ସରେନା,

        ଗୁଡ଼ି ହୋଇ ଉଡିବାକୁ,

           ମନ ମୋର ମାନେନା,

             ଝୁମା ଝୁମା ଆକାଶଟା,

           ନିଦ ଜମା ଆସେନା,

         ମେଞ୍ଚା ମେଞ୍ଚା ଇନ୍ଦ୍ରଧନୁ,

      ରଂଗ ଟିକେ ଲାଗେନା,

   ତୋଫା ତୋଫା ରୁପା ଜହ୍ନ

ଜ୍ୟୋସ୍ନା କେବେ ଭରେନା..!

   ନଦୀ କେବେ ହଜିଯାଏ,

     ସାଗର ଯେ ଅଜଣା,

        ବସଂତ କି ଭୁଲିପାରେ,

           ତା ମଳୟର ମୂର୍ଚ୍ଛନା,

             ଝୁମା ଝୁମା ଏ ଆକାଶ

                ଝୁଲେ ସ୍ବପ୍ନ ଝୁଲଣା,

              ଛବିଟିଏ ଆଂକେ ସିନା,

            ରଂଗ ତୂଳୀ ପାଏନା,

          କହିଦେବି ଫଗୁଣକୁ,

       ଫେରାଇବ ତା ମହନୀ,

    ମିଠା ମିଠା ସପନରେ,

ମନ ଯେଣୁ ମାନେନି..!

   ଜହ୍ନ ଟିକେ ଜ୍ୟୋସ୍ନା ଦେଉ,

      କୋଇଲି ବି କୁହୁ ଗାଉ,

         ଫୁଲ ଫୁଟୁ ବାସ୍ନା ହେଉ,

           ରଙ୍ଗେ ପ୍ରଜାପତି ମହୁ,

              ମୌସୁମୀ ଫେରିଆସୁ,

             ବରଷା ବି ଝରୁ ଥାଉ,

           ମଳୟ ବି ହସୁ ଥାଉ,

         ଭଅଁର ବି ଗୁଣୁ ଗୁଣୁ,

       ଜଳୁ ପଛେ ଏ ବୈଶାଖ,

     ବୈଶାଖୀ ବି ଥାଉ,

   ଫଗୁ ଫଗୁ ଏ ବସଂତ,

ତୋ' ମେହେନ୍ଦି ସଜାଉ..!

       ଇନ୍ଦ୍ରଧନୁର ରଂଗ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance