ପଦଟିଏ ତୋ ନାଁରେ ପ୍ରିୟା ୩୦
ପଦଟିଏ ତୋ ନାଁରେ ପ୍ରିୟା ୩୦


ପ୍ରେମର ଜ୍ୟାମିତି ପଢୁ ପଢୁ ପ୍ରିୟା
ବିତିଗଲା ବର୍ଷ ବର୍ଷ
ପ୍ରେମ ଉପପାଦ୍ୟ ଯେତେ ଘୋଷୁଥାଇ
କେବେ ହୁଏ ନାହିଁ ଶେଷ ।
ଭାବିଥିଲି ପ୍ରେମ ରେଖାଖଣ୍ଡଟିଏ
ମୁଁ ତୁମେ ପ୍ରାନ୍ତ ବିନ୍ଦୁ
ରବର ଭଳି ଯେ ସଙ୍କୁଚିତ ହୋଇ
ଶେଷେ ହେବ ଏକ ବିନ୍ଦୁ ।
ଧାରଣା ମୋହର ଭ୍ରମାତ୍ମକ ଥିଲା
ପ୍ରେମ ନ ଥିଲା ସହଜ
କେବେ ସେ ତ୍ରିଭୁଜ ପରି ମନେ ହେଲା
କେବେ ପୁଣି ଚତୁର୍ଭୁଜ ।
କେତେ ରେଖାଖଣ୍ଡ କେତେ ଶୀର୍ଷ ବିନ୍ଦୁ
ତା ଭିତରେ କେତେ କୋଣ
କେତେ ଯେ ଆକାର କେତେ ଯେ ପ୍ରକାର
ହଜିଯାଏ ମୋର ଜ୍ଞାନ ।
ପ୍ରେମର ଜ୍ୟାମିତି ପ୍ରଶ୍ନ ପତ୍ର ସବୁ
ନିତି ନିତି ଯାଏ କଷି
ଜ୍ୟାମିତିକ ଚିତ୍ର କି ଜଟିଳ ପ୍ରଶ୍ନ
ସମାଧାନ ଖୋଜେ ବସି ।