STORYMIRROR

Dipti lekha Mishra

Abstract Romance Others

3  

Dipti lekha Mishra

Abstract Romance Others

ଅନୁତାପ

ଅନୁତାପ

1 min
208


ତମେ କଣ ଜାଣିବ ମୋ ମନର ବ୍ୟଥା କେତେ

ତମେ ତ ନିଷ୍ଠୁର ନିର୍ଦ୍ଦୟ ମଣିଷଟିଏ

ଦୟାକ୍ଷମା ତମ ଜାତକରେ ଲେଖାନାହିଁ

ମୋତେ କଣ ଟା ବା ଅଧିକ ଦେଇଦେବ ?


ହଁ ଶୁଣିରଖ ହଁ ଶୁଣିରଖ ତୁମେ

ମୋ ଜାତକେ ବି ନାହିଁ ମୁଣ୍ତ ନୂଆଁଇବା

ମୁଁ ଆଜି କିନ୍ତୁ ଅନୁତାପ କରୁଛି

ତମ ସହ ବନ୍ଧୁତା କରିବା କଥା ଭାବି॥


ନା କାହା ସହ ସେ କଥା ବାଣ୍ଟିପାରୁଛି

ନା ନିଜ ଭିତରେ ଢାଙ୍କିପାରୁଛି

ଅନୁତାପର ନିଆଁରେ ଜଳିଯାଉଛି

ଜଳି ଜଳି ପାଉଁଶ ହେବାକୁ ଯାଉଛି॥


ଭଲପାଇବା ଆଗରୁ ଶହେ

 ଥର ଭାବିବାର ଥିଲା

ତମକୁ ଟିକିନିଖି ଚିହ୍ନିବାର ଥିଲା

ହେଲେ ସେ ଭୂଲ ପାଇଁ ନିଜକୁ

 କ୍ଷମା ଦେଇପାରୁନି ।


Rate this content
Log in

Similar oriya poem from Abstract