STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ଜହ୍ନର ଠିକଣା

ଜହ୍ନର ଠିକଣା

1 min
148


ଜହ୍ନ କୁ ପଚାରିଲି ତୁମ

ଜୋସ୍ନା କେତେ ଦୁର

ଉତ୍ତରରେ ମିଳିଲା 

ଅଧାମାସ ଆଲୋକିତ

ଅଧାମାସ ଅନ୍ଧାର।।


ମୁଁହଁ କୁ ପଚାରିଲି ତୁମ 

ହସ କେତେ ଦୁର

ଉତ୍ତରରେ ପାଇଲି

ଅଧାଦିନ ଲାଗେ ଖୁସି

ଅଧାଦିନ ବିତେ ଦୁଃଖର।।


ରାତି କୁ ପଚାରିଲି ତୁମ 

ସ୍ବପ୍ନ କେତେ ଦୁର

ଉତ୍ତର ଫେରିଲା

ଅଧାଅଧା ଦାମୀ ବିଛଣାର

ଅଧାଅଧା ଶାନ୍ତି ଶୟନର।।


ହୃଦୟକୁ ପଚାରିଲି ତୁମ 

ସ୍ପନ୍ଦନଟା କେତେ ଦୁର

ଉତ୍ତରରେ ପାଇଲି

ଅଧାଅଧା ବ୍ୟଗ୍ରତା ଓ କ୍ରୋଧ

ଅଧାଅଧା ସରଳତାର।।


ପ୍ରିୟାକୁ ପଚାରିଲି ତୁମ 

ପ୍ରେମିକାଟି କେତେ ଦୁର

ଉତ୍ତରରେ ମିଳିଲା

ଅଧାସମୟ ଅବିଶୂାସ ଓ ପ୍ରତାରଣା

ଅଧାସମୟ ପ୍ରେମ ଓ ବିଶ୍ବାସର।।


ଆଖୀକୁ ପଚାରିଲି ତୁମ 

ଲୁହ କେତେ ଦୁର

ଉତ୍ତରରେ ମିଳିଲା

ଅଧାଅଧା ଦୁଃଖ ଓ ଯନ୍ତ୍ରଣାର 

ଅଧାଅଧା ଖୁସି ଓ ଉହ୍ଲାସର।।


ନଈକୁ ପଚାରିଲି ତୁମ 

ସାଗର କେତେେ ଦୁର

ଉତ୍ତରରେ ଫେରିଲା

ଅଧାବାଟ ପଥର ଓ କଣ୍ଟକିତ

ଅଧାବାଟ ପ୍ରତୀକ୍ଷା ମିଳନର।।


ମଣିଷକୁ ପଚାରିଲି ତୁମ

ମଣିଷତ୍ତ୍ବ କେତେ ଦୂର

ଉତ୍ତରରେ ମିଳିଲାଅଧା ମନ ସ୍ବାର୍ଥପରତାର

ଅଧା ମନ ଅବିଶୂାସ ଓ ବିଶ୍ବାସର।।


ଓଠକୁ ପଚାରିଲି ତୁମ

ଶୋଷ କେତେ ଦୁର

ଉତ୍ତରରେ ମିଳିଲା

ଅଧା ଅଧା ତୃପ୍ତ ମୁନ୍ଦାଏ ଶୀତଳ ପାଣିର

ଅଧା ଅଧା ତୃପ୍ତ ମରୁ ମରୀଚିକାର।।


ମନକୁ ପଚାରିଲି ତୁମ

ଶାନ୍ତି କେତେ ଦୁର

ଉତ୍ତରରେ ମିଳିଲା

ଅଧା ଅଧା ସେବା ସମାଜର

ଅଧା ଅଧା ପୂଜା ଈଶ୍ୱରଙ୍କର।।



Rate this content
Log in

Similar oriya poem from Romance