STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ବଞ୍ଚି ବି ମୁଁ ମୃତ

ବଞ୍ଚି ବି ମୁଁ ମୃତ

1 min
12


ମିଛ ମାୟା ସଂସାର ରେ ମଣିଷର ମନ

ହଜିଯାଏ ବେଳେ ବେଳେ ହଜିଯାଏ ଜ୍ଞାନ 

କେବେ ପଥ ମସୃଣ ତ କେବେ ଯେ ବନ୍ଧୁର

ଅବିଶ୍ବାସ ବିଶ୍ଵାସ ର ଅଦ୍ଭୁତ ଏ ଖେଳ ।।


ଆଲୋକ ଅନ୍ଧାର ଖରା ବର୍ଷା ବିଭୀଷିକା 

ସଂପର୍କ ର ମାୟା ଜାଲ ରଚେ ପ୍ରହେଳିକା 

ମାୟାବିନୀ ପ୍ରକୃତି ର ସମ୍ମୋହନ ଜାଲ

ବାନ୍ଧିଦିଏ ବେଳେ ବେଳେ ଯେହ୍ନେ ମହାକାଳ ।। 


ନୂଆ ବେଳ କଥା ସବୁ ବଦଳି ତ ଯାଏ

ପୁରୁଣା ହୋଇଲେ ପୂର୍ବ ସ୍ନେହ ହଜିଯାଏ

ସ୍ମୃତି ହୋଇ ର‌ହିଯାଏ ଅନେକ କାହାଣୀ 

ଦଂଶନ କରେ ପ୍ରାଣକୁ ଯେହ୍ନେ କୃର ଫଣି ।।


ବିଚିତ୍ର ଦୁନିଆଁ ହାଟେ ଯେତେ ରାସ୍ତା ଘାଟ

କଣ୍ଟା ଝଟା ଭରା ଦୁଃଖ ଅନେକ ବିଷାଦ 

ଅନେକ ଚରିତ୍ର ଏଠି କେତେ ନର ନାରୀ

ସ୍ନେହ ପ୍ରେମ ପ୍ରୀତି ଶ୍ରଦ୍ଧା ସୁପ୍ତ ଶୂନ୍ୟଡୋରି ।।


ଆକର୍ଷିତ କରେ ମନ କୁହୁକିନୀ ମାୟା

ଚଲା ପଥେ ଘେରି ଆସେ ବିକଟାଳ ଛାୟା

ହଜିଯାଏ ସହସା ଏ ଜୀବନର ଛନ୍ଦ

ଲୁଚିଯାଏ ଅକସ୍ମାତ ଅମୀୟ ଆନନ୍ଦ ।।


ପବିତ୍ର ପୂଣ୍ୟ ସଂପର୍କେ “କଳଙ୍କ କାଳିମି

ବୋଳିହୁଏ” ଯେହ୍ନେ ଜହ୍ନ ସମାନ “ଉପମା

ଦେବା ସିନା ସାର”ଏଠି ତେମନ୍ତ ମଣିଷ 

ପୂଣ୍ୟ ଜଳେ ଭରିଦିଏ ଅବିଶ୍ୱାସ ବିଷ ।।


ଦୁଃଖର ପାହାଡ ଏଠି ବିଷ ର ବଳୟ

ଦୁର୍ବିସହ ସମୟର ମିଛ ଅଭିନୟ 

ଅସହିଷ୍ଣୁ କୁଟିଳତା ହିଂସା ପ୍ରତିହିଂସା 

ଅବକ୍ଷୟ ହେଉଅଛି ଧୀରେ ଧୀରେ ‌ରସା ।।


କେତେ ଆଉ ସହି ହେବ ଅସହ୍ୟ ଯନ୍ନ୍ରଣା

କେତେ ସହିବାକୁ ହେବ ଅକଥ୍ୟ ବେଦନା

ଆଖି ଆଗେ ଦିଶେ ଯେଉଁ ଅସରନ୍ତି ପଥ

ଲଂଘିବା ଦୁଃସାଧ୍ୟ ତେଣୁ ବଞ୍ଚି ବି ମୁଁ ମୃତ ।।



Rate this content
Log in

Similar oriya poem from Tragedy