ଅସହାୟ
ଅସହାୟ
ମୁଁ ଯେ କେତେ ଅସହାୟ
ତୁମେ କଣ ବୁଝିପାର କି ?
ଅଶିଣ ସଞ୍ଜ ତୁହାଇ ତୁହାଇ ଗାଏ
ତୁମ ବିରହର ଅପାସୋରା ଗୀତି
ଆଖି ବୁଜିଲେ ବାରମ୍ବାର
ମନେ ପକେଇ ଦେଉଛି
ଆମ ମିଳନର ମଧୁରାତି..
କେତେ ଯେ କଷ୍ଟ
ତୁମ ବିନା ଏସବୁ ମୁହୂର୍ତ୍ତ...
ନୂଆ କବିତାଟେ ଲେଖିଲେ ବି
ତୁମକୁ ଡାକି ଶୁଣେଇ ପାରେନା
ସେ କବିତାର ମର୍ମ
ଯେଉଁଥିରେ ଥାଏ ଶେଫାଳିର ମହକ,
ରିମଝିମ ବର୍ଷା ରାତିର ସେ ଅକୁହା ପୁଲକ..
ଅହରହ ଗୁମୁରୁଥାଏ ବଂଶୀର ବିଳାପ..
ଛାଇ ନିଦ ଲାଗି ଆସିଲା ବେଳେ
ସ୍ୱପ୍ନରେ ଚହଲି ଯାଏ
ତୁମର ସେ ମଧୁର ପରଶ..।

