ମୋ ଗାଁ-4
ମୋ ଗାଁ-4
ଥିଲେ ଥାଉ ଯେତେ ମତଭେଦ ଏଠି
ବାହାରକୁ ଭଲ ଦିଶୁଚି
ଉଜୁଡ଼ିଛି ପଛେ ଗାଁ ଭିତିଭୂମି
ତଥାପି ମୋ ଗାଁ ହସୁଛି l
ବିକାଶଟା ସିନା ଚୁଲିକି ଗଲାଣି
ରାଜନୀତି ଭାରି ଜମିଛି
ସଭିଏଁ ତ ଏଠି ଶିକ୍ଷିତ ମୁରୁଖ
କିଏ ବା କାହାକୁ ମାନୁଛି l
ଏକତା, ସାହସ ,କଳା ସଂସ୍କୃତିରେ
ମୋ ଗାଁ ନାଁ ଆଗରେ ରହିଛି
ପର ତିଅଣରେ ଘର ଚଲେଇକି
ଖାଲି ଧକେଇ ଧକେଇ କାନ୍ଦୁଛି l
ପାହାଡ ପଥର ଇଟାଠୁ ମୁରୁମ
ସବୁଠି ମାଫିଆ ଚାଲିଛି
ଗୋଚର ଭୂମିରେ ଫସଲ ହେଲାଣି
ଗାଈଟା ବନ୍ଦୀରେ ରହୁଛି l
ଭେଣ୍ଡିଆ ପିଲାଟା ମୁହଁ ଖୋଲି ଯଦି
ପଦଟିଏ କଥା କହୁଛି
ମୁହଁ ତାର ବନ୍ଦ କରିଦେବା ପାଇଁ
କେତେ ରଣନୀତି ହେଉଛି l
ଯେତେ ରାଜନୀତି ରଣନୀତି ହଉ
ବୁଢି ଠାକୁରାଣୀ ଦେଖୁଚି
ଠିକ ସମୟରେ ଠିକ କଥା ହବ
ଏତିକି ଭରସା ରହିଛି l
