STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ହେ ସମୟ

ହେ ସମୟ

1 min
17

ହେ ସମୟ,

କାହିଁ ଏତେ ଋଷୁଛ ଯେ 

ପୁଣି ଫେରିଆସନ୍ତ କି ?

କୁଆଡେ ନେଇଗଲ ସେଇ ମୁହୂର୍ତ୍ତଟିକୁ 

ମନ୍ଦିର ମାଳିନୀ ନଗରୀର କ୍ଷଣକୁ 

ଅନେକ ପରୀକ୍ଷିତ ଭିତରେ 

ନବାଗତ ଅତିଥି ଟିକୁ 

ଏକା କରିଦେଇଥିଲ ଯେ …….??

ଆଜିବି ମନେପଡେ,

ସେଇ କଳିଙ୍ଗ ଅଶୋକରେ 

ରୁଣ୍ଡ ହେଇଥିବା ଅଶୋକ ନଗରକୁ 

ତାର ଦ୍ୱାର ସତେ କି ଲାଗୁଥାଏ 

ମୋକ୍ଷର ଦ୍ୱାରଟିଏ, ଆଗକୁ ମୁକ୍ତି ଖାଲି 

ସେଇ ମୋୖଖିକ ହଲ ର ଦୋ-ତାଲା କୋଠା 

ଉପରୁ ତଳକୁ ଆଉ ତଳୁ ଉପରକୁ ଉଠିଲେ 

ମାତ୍ର ତିନି ପାହୁଣ୍ଡ ବାଟ 

ଏହାପରେ ଭେଟ ତୁମ ସହ ମନିକା 

ପଞ୍ଚ ଶ୍ରୀଜ୍ଞାନ ପ୍ରାପ୍ତ ମଣିଷଙ୍କ ପାଖରୁ ……….।।

ଆଜିବି ହାତ ଠାରି ଡାକେ,

ଭୁବନେଶ୍ୱର ର ସେଇ କଳ୍ପନା ସ୍କ୍ୱାଏର 

ତା ଦୋ-ମହଲା କୋଠାର ସୌନ୍ଦର୍ଯ୍ୟ

ତାକୁ ପାଖରୁ ଟିକେ ଉପଭୋଗ କରିବା ପାଇଁ 

ଜ୍ଞାନୀଯୋଦ୍ଧା ଙ୍କର ଭିଡରେ 

ନିଜକୁ ପୁରା ହଜେଇ ଦେଇ

ଅନ୍ଧାର ଘରକୁ ଟିକେ ଉଜାଲା କରିବା ପାଇଁ 

ଆଉ ଲକ୍ଷହୀନକୁ ନୁଆଁ ରାହାଟି ସହ 

ଭେଟେଇ ଦବାପାଇଁ……..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy