STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଜୀବନ ଦୋଛକିରେ

ଜୀବନ ଦୋଛକିରେ

1 min
19


ଜୀବନ ପରା ଖରା ଛାଇ ଖେଳ

କେବେ ରାମାୟଣ ପରି

ପିତୃସତ୍ୟ ପାଳନ ବିରଳ

ଭାତୃସ୍ନେହରେ ଉଜ୍ଜଳ

ସତ୍ୟ ଉପରେ ଅସତ୍ୟର

ରାବଣ ଉପରେ ରାମଚନ୍ଦ୍ରର

ଲଙ୍କା ବିଜୟରେ ସମୁଜ୍ୱଳ


ଜୀବନ ପରା ସତ ମିଛ ଖେଳ

କେବେ ଝିମିଟିଖେଳରୁ ମହାଭାରତ ପରି

କୌରବ ପାଣ୍ଡବ ଯୁଦ୍ଧ କୁରୁକ୍ଷେତ୍ର ପରି

କେବେ ପାଞ୍ଚାଳୀର ଚୀର ହରଣ ପାଇଁ ଅନୁତାପ

କେବେ ଅଶ୍ଵସ୍ଥାମା ହତ ! ନର କି ଗୁଞ୍ଜର 

ପାଇଁ ମନସ୍ତାପ

ଶକୁନି ମାମୁଁର ଚକ୍ରାନ୍ତ ପାଇଁ ପୁଣି କେବେ

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଚକ୍ରବ୍ୟୁହ ପାଇଁ

ପିତାମହ ଭୀଷ୍ମଙ୍କର ପ୍ରତିଜ୍ଞା ପାଇଁ କେବେ

ଜଳେଇ ଦିଏ ଲଢେଇ ଦିଏ

ଭାଇ ଭାଇ ଭିତରେ ଖଣ୍ଡ ଯୁଦ୍ଧର ତାପ ।


ଜୀବନଟା ପରା ନ୍ୟାୟ ଅନ୍ୟାୟ ଖେଳ

କେବେ ଶ୍ରୀମବ୍ବଭାଗବତ ଗୀତା ପରି

ସମାଧାନ ସୂତ୍ର

କେବେ ବଦଳୁଥିବା ଋତୁଚକ୍ର ପରି

କ୍ଷଣ କ୍ଷଣକେ ଆନ ନେତ୍ର

ପୁଣି କେବେ କୁହୁଡି ଅନ୍ଧାର ପରି

ପ୍ରଥମେ କୁହେଳିକା କୁଝଝିଟିକା

ଶେଷେ ଦିଶେ ପ୍ରଭାକର ରଶ୍ମି ପରି

ପରିସ୍କାର କ୍ଷେତ୍ର


ଜୀବନଟା ପରା ସଞ୍ଜ ସକାଳର ଖେଳ

କେବେ ଜେଜେମା'ର ଲୋଚାକୋଚା ଚର୍ମତଳେ

ସାଇତା ସ୍ନେହ ଭଣ୍ଡାର

ପୁଣି କେବେ ସୁନାକ୍ଷେତେ ଦୋଳି ଖେଳୁଥିବା

ସୁବର୍ଣ୍ଣ ଶସ୍ୟଭରା କେଦାର

ପୁଣି ପାହାଡ଼ ଚୁଡ଼ା ଛୁଇଁ ଡେଇଁ ପଡ଼ୁଥିବା

ନିର୍ମଳ ପ୍ରସ୍ରବଣ ଧାର

ଆଉ ପୁଣି ଲକ୍ଷ ଲକ୍ଷ ତାରା ଭରା ଆକାଶ କୋଳେ ଜହ୍ନମାମୁଁର 

ତରଳ ଜୋଛନା ଭାର


ଏହି ସବୁ ଭାବୁ ଭାବୁ

ଜୀବନ ପହଞ୍ଚି ସାରିଛି ଦୋଛକିରେ

କେବେ କ୍ଷଣଭଙ୍ଗୁର ଗୁମର

ପୁଣି କେବେ ଅମୃତ ଲହର

ଅନୁଭବି ମଣିଷ ପାଇଁ ଯୁଗେ ଯୁଗେ

ଶୀକ୍ଷଣୀୟ ସ୍ଵର୍ଗୀୟ ମଲ୍ଲାର ।


Rate this content
Log in

Similar oriya poem from Tragedy